Categories: ଫୁରସତ

ବ୍ୟକ୍ତିଙ୍କ ପ୍ରାଇଭେଟ ପାର୍ଟରୁ ବାହାରିଲା ୫୯ ଫୁଟର ପୋକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ଥାଇଲାଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଯେଉଁଠାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ଦରଜ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ପରେ ତାଙ୍କ ପେଟରୁ ୫୯ ଫୁଟର ପୋକ ବାହାରିଥିଲା। ଏହି ଘଟଣାରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଘଟଣା ଥାଇଲାଣ୍ଡର ନୋଙ୍ଗଖାଇ ଅଞ୍ଚଳର। ଏକ ରିପୋର୍ଟ ଅନୁଯାୟୀ, ବ୍ୟକ୍ତିଙ୍କ ପେଟରେ ଦୀର୍ଘଦିନ ଧରି ଦରଜ ହେଉଥିଲା। ସେ ହସ୍ପିଟାଲ ଯାଇ ଯାଞ୍ଚ କରିବାରୁ ତାଙ୍କ ପ୍ରାଇଭେଟ ପାର୍ଟରୁ ପୋକ ବାହାରିଥିଲା। ରିସର୍ଚ୍ଚ ସେଣ୍ଟରର ପ୍ରବକ୍ତା କହିଛନ୍ତି, ୫୯ ଫୁଟ ଅର୍ଥାତ୍‌ ୧୮ ମିଟରରୁ ଅଧିକ ଲମ୍ବର ପୋକ ବାହାରିଥିଲା।

ଡାକ୍ତର କହିଛନ୍ତି, କଞ୍ଚା ମାଂସ ଖାଇବା ଦ୍ୱାରା ଏହା ପେଟକୁ ଯାଇଥିଲା। ୩୦ବର୍ଷରୁ ଅଧିକ ସମୟ ଧରି ତାଙ୍କ ପେଟରେ ଥିଲା। ବର୍ତ୍ତମାନ ଏହା ବହୁତ ଲମ୍ବା ହୋଇଯାଇଛି। ଯାହାକୁ ବାହାର କରିବା ପାଇଁ ଡାକ୍ତରଙ୍କୁ ଦୀର୍ଘ ସମୟ ଲାଗିଥିଲା। ବର୍ତ୍ତମାନ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି।

Share