ଭାଙ୍ଗିଗଲା କି ୬ ମାସର ବାହାଘର! ନେହା କକ୍କର-ରୋହନପ୍ରୀତ ସିଂଙ୍କ ମଧ୍ୟରେ ପ୍ରବଳ ମାରପିଟ୍‌

ବଲିଉଡ ଗାୟିକ ନେହା କକ୍କରଙ୍କ ବିବାହକୁ ମାତ୍ର ୬ ମାସ ହୋଇଛି। ଏବେ ସ୍ବାମୀ ରୋହନପ୍ରୀତ ସିଂଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଛି। ନେହା ନିଜେ ସୋସିଆଲ ମିଡିଆରେ ଏହାର ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଦୁହେଁ ପରସ୍ପରକୁ ମାରୁଥିବା ଦେଖାଯାଇଛି।
ପ୍ରକୃତ କଥା ହେଉଛି ନେହା କକ୍କର ଏବଂ ରୋହନପ୍ରୀତ ସିଂଙ୍କ ଯୋଡି ପୁଣି ଥରେ ଧମାଲ୍‌ କରିବାକୁ ଯାଉଛନ୍ତି। ନେହା ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ତାଙ୍କର ଆଗାମୀ ମ୍ୟୁଜିକ ଭିଡିଓ ‘ଖାଡ ତେନୁ ମେଁ ଦାସା’ର ଝଲକ ଦେଖାଉଛନ୍ତି। ଏହି ଭିଡିଓରେ ଦୁହେଁ ମାରପିଟ୍‌ କରୁଥିବା ଦେଖାଯାଉଛି। ପ୍ରଶଂସକ ମାନେ ଭିଡିଓ ଦେଖି ମଜାଳିଆ ମନ୍ତବ୍ୟ ଦେଉଛନ୍ତି। କେହି କେହି ଲେଖିଛନ୍ତି ଯେ ‘ବିବାହ ପରର ସ୍ଥିତି’। ନେହାଙ୍କ ଏହି ଭିଡିଓରେ ରୋହନପ୍ରୀତ କାନ୍ଦିବା ଏବଂ ହୃଦୟ ଇମୋଜି ଦେଇଛନ୍ତି। ଏହି ଭିଡିଓ ରିଲିଜ ହେବାର ୨ ଘଣ୍ଟା ମଧ୍ୟରେ ୫ ଲକ୍ଷ ୪୦ ହଜାର ଲାଇକ କରିଛନ୍ତି।

Share