Categories: ଜାତୀୟ

ମୃତଦେହ ସତ୍କାର ପାଇଁ ୭ ଶ୍ମଶାନ କମ୍‌ ପଡ଼ିଲା, ଶେଷରେ ଖଣିରେ ହେଉଛି ଦାହ

ବେଙ୍ଗାଲୁରୁ,୧୦।୫: ସମଗ୍ର ଦେଶରେ ଏବେ କରୋନା ମହାମାରୀ ତା’ର କାୟା ବିସ୍ତାର କରିଛି। ଏପରିକି ଦେଶର କିଛି ରାଜ୍ୟରେ ମୃତଦେହ ସତ୍କାର କରିବାରୁ ଶ୍ମଶାନରେ ଜାଗା ମିଳୁନି। ବେଙ୍ଗାଲୁରୁର ୭ଟି ଶ୍ମଶାନରେ ମୃତଦେହ ପୋଡ଼ିବା ପାଇଁ ଜାଗା ନିଅଣ୍ଟ ହେଉଛି। ଏଣୁ ସହର ବାହାରେ ଥିବା ଏକ ଗ୍ରାନାଇଟ୍‌ ଖାଦାନ ବା ଖଣି ଅଞ୍ଚଳରେ ମୃତଦେହ ଦାହ କରାଯାଉଛି।

ସକାଳ ୭ଟାରୁ ଏହି ଖଣି ଅଞ୍ଚଳରେ ମୃତଦେହ ସଂସ୍କାର କାମ ଆରମ୍ଭ ହେଉଛି। ପ୍ରତିଦିନ ଏହି ଖଣି ଅଞ୍ଚଳରେ ୨୦-୩୦ ମୃତଦେହ ଦାହ କରାଯାଉଛି। ଶ୍ମଶାନ ପରି ଏଠାରେ ପ୍ରତିଦିନ ଆମ୍ବୁଲାନ୍ସରେ ମୃତଦେହ ଆସି ଧାଡ଼ି ଦେଉଛନ୍ତି। ବେଙ୍ଗାଲୁରୁ ଜିଲା ଆୟୁକ୍ତ ମଞ୍ଜୁନାଥ କୁହନ୍ତି, ଶ୍ମଶାନରେ ଜାଗା ନ ମିଳିବାରୁ ଖଣି ଅଞ୍ଚଳକୁ ବଛା ଯାଇଛି। ଏହି ଗ୍ରାନାଇଟ୍‌ ଖଣିକୁ ଶ୍ମଶାନରେ ପରିବର୍ତ୍ତନ କରାଯାଇଛି। ଗେଦାନହଲ୍ଲି ଏବଂ ତବରକେରେ ଦୁଇଟି ଅଞ୍ଚଳ ପଶ୍ଚିମରୁ ସହରଠାରୁ ପ୍ରାୟ ୬ କିଲୋମିଟର ଦୂର। ଏଠାରେ କରୋନା ଆକ୍ରାନ୍ତଙ୍କ ମୃତଦେହ ଦାହ କରାଯାଉଛି।

Share