Categories: Uncategorized

୭୧ ବର୍ଷୀୟ ପ୍ରଯୋଜକଙ୍କ ହାତ ଧରିଥିଲେ ୩୬ ବର୍ଷୀୟ ପ୍ରସିଦ୍ଧ ଗାୟିକା: ଏବେ ସ୍ବାମୀଙ୍କ ଷଷ୍ଠ, ନିଜର ପ୍ରଥମ ସନ୍ତାନକୁ ନେଇ ଚର୍ଚ୍ଚାରେ

ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ଗାୟିକା କ୍ୟାଥରିନ ମ୍ୟାକଫି ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୬ ବର୍ଷର । କ୍ୟାଥରିନ ଏବଂ ୭୧ ବର୍ଷର ଡେଭିଡ ଫୋଷ୍ଟର, ଡିସେମ୍ବର ମାସରେ ସେମାନଙ୍କ ପିଲାଙ୍କୁ ସ୍ବାଗତ କରିପାରନ୍ତି। ୨୦୧୯ରେ, କ୍ୟାଥରିନ ସଙ୍ଗୀତ ନିର୍ମାତା ଫୋଷ୍ଟରଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ଚର୍ଚ୍ଚାରେ ରହିଥିଲା। ବର୍ତ୍ତମାନ କ୍ୟାଥରିନ ଗର୍ଭବତୀ ଅଛନ୍ତି ଏବଂ ତାଙ୍କର ପ୍ରଥମ ସନ୍ତାନର ଆଗମନ ପାଇଁ ପ୍ରସ୍ତୁତ ହେଉଛନ୍ତି।

କ୍ୟାଥରିନଙ୍କ ମା’ ହେବାର ଖବର ବହୁ ପୂର୍ବରୁ ଚର୍ଚ୍ଚାରେ ରହିଥିଲା। ମାତ୍ର ଏହି ଖବର ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ଜଣାପଡ଼ିଛି। ଡିସେମ୍ବର ୧୬ରେ, କ୍ୟାଥରିନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବେବି ବମ୍ପ ସହିତ ଏକ ଫଟୋ ଶେୟାର କରିଥିଲେ।

ଏହା ହେଉଛି କ୍ୟାଥରିନଙ୍କର ପ୍ରଥମ ସନ୍ତାନ, କିନ୍ତୁ ତାଙ୍କ ସ୍ବାମୀ ଫୋଷ୍ଟରଙ୍କ ଷଷ୍ଠ ସନ୍ତାନ। ଫୋଷ୍ଟର କ୍ୟାଥରିନଙ୍କ ପୂର୍ବରୁ ଅନେକ ବିବାହ କରିଛନ୍ତି। ତାଙ୍କର ପୂର୍ବ ବିବାହରୁ ୫ ଟି ସନ୍ତାନ ଅଛନ୍ତି।