Categories: ଫୁରସତ

ଡେଟିଂ ଆପ୍‌ରେ ପ୍ରେମ କରି ବିବାହ କଲେ ୭୯ ବର୍ଷୀୟ ବୃଦ୍ଧା

ପ୍ରେମ କେତେ ବେଳେ କାହ ସହ ହୋଇଯାଏ ଜାଣି ହୁଏନା। ଏହା ନା ବୟସ, ନା ଧନ କିଛି ଦେଖେ ନାହିଁ। ପ୍ରେମ ବୟସ ମାନେ ନାହିଁ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ଜଣେ ୭୮ ବୟସ୍କ ବୃଦ୍ଧ ଓ ୭୯ ବର୍ଷୀୟା ବୃଦ୍ଧା ଅନଲାଇନ୍‌ ପ୍ରେମ ପରେ ବିବାହ କରିଛନ୍ତି। ବୃଦ୍ଧଙ୍କ ପୁଅ ଦୁଇ ନବ ଦମ୍ପତିଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରିଛନ୍ତି, ଯାହାକି ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନା ଅନୁସାରେ, ଜିମ ଆଡାମ୍ସ ନାମକ ଜଣେ ବୃଦ୍ଧ ଅନ୍‌ଲାଇନରେ ଡେଟିଂ ଆପ୍‌ ମାଧ୍ୟମରେ ଜଣେ ବୃଦ୍ଧାଙ୍କ ସହ ପ୍ରେମ କରି ବିବାହ କରିଛନ୍ତି। ଆଡାମ୍ସ ଜଣେ ପୂର୍ବତନ ପ୍ରଫେସର ଓ ଚିତ୍ରକର। ୪ ବର୍ଷ ପୂର୍ବରୁ ସ୍ତ୍ରୀଙ୍କୁ ହରାଇ ସେ ଏକୁଟିଆ ହୋଇଯାଇଥିଲେ। ନିଜ ଜୀବନରେ ସାଥୀର ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ସେ ଡେଟିଂ ଆପ୍‌ର ସହାୟତା ନେଇଥିଲେ। ସେହିପରି ୭୯ ବର୍ଷୀୟା ବୃଦ୍ଧା ଜଣଙ୍କ ହେଲେ ଅଦ୍ରି କଟସ। ସେ ପୂର୍ବରୁ ବୀମା ଅଫିସରେ କାର୍ଯ୍ୟ କରୁଥିଲେ। ୩୩ ବର୍ଷ ପୂର୍ବେ ତାଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଦୁହେଁ ମହାମାରୀ ସମୟରେ ଅନଲାଇନ ମାଧ୍ୟମରେ ନିକଟତର ହୋଇଥିଲେ। ୮ ମାସର ସମ୍ପର୍କ ପରେ ଗତ ୨୫ ତାରିଖରେ ଦୁହେଁ ବିବାହ କରିଛନ୍ତି। ସୋସିଆଲ ଗଣମାଧ୍ୟମରେ ବୃଦ୍ଧ ଦମ୍ପତ୍ତିଙ୍କ ଫଟୋକୁ ୧.୫ ଲକ୍ଷ ଲାଇକ୍‌ ମିଳିଛି।

Share