Categories: ଖେଳ

୮୭ ବର୍ଷର ରେକର୍ଡ ଭାଙ୍ଗିଲା

ଚେନ୍ନାଇ,୯।୨: ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି ଇଂଲଣ୍ଡ। ଏହି ବିଜୟ ସହିତ ଇଂଲଣ୍ଡ ଅନେକ ରେକର୍ଡ ସୃଷ୍ଟି କରିଛି। ଚେନ୍ନାଇରେ ଭାରତକୁ ସର୍ବାଧିକ ବ୍ୟବଧାନରେ ପରାସ୍ତ କରିବାରେ ଏହା ଏକ ନୂଆ ରେକର୍ଡ ସୃଷ୍ଟି କରିଛି ଭ୍ରମଣକାରୀ ଦଳ। ୮୭ ବର୍ଷ ପୁରୁଣା ରେକର୍ଡ ଇଂଲଣ୍ଡ ନାମରେ ଥିଲା। ୧୯୩୪ ମସିହାରେ ୧୦ରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚେନ୍ନାଇ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ସେ ଭାରତକୁ ୨୦୨ ରନରେ ପରାସ୍ତ କରିଥିଲା ଇଂଲଣ୍ଡ। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ୩୩ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି। ଭାରତ ଏହି ମ୍ୟାଚଗୁଡିକ ମଧ୍ୟରୁ ୧୪ ଟି ଜିତିଛି ଏବଂ ୭ରେ ପରାଜୟର ସମ୍ମୁଖୀନ ହୋଇଛି। ଭାରତ ଏଠାରେ ହାରିଥିବା ୭ଟି ମ୍ୟାଚ ମଧ୍ୟରୁ ୪ଟିରେ ଇଂଲଣ୍ଡ ଭାରତକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ, ପାକିସ୍ଥାନ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟ ଏଠାରେ ଥରେ ଭାରତକୁ ପରାସ୍ତ କରିଛନ୍ତି। ଚେନ୍ନାଇରେ ପ୍ରଥମ ଟେଷ୍ଟ ୧୯୩୪ ମସିହାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଇଂଲଣ୍ଡ ଏହି ମ୍ୟାଚକୁ ୨୦୨ ରନରେ ଜିତି ନେଇଥିଲା।

Share