Categories: ଫୁରସତ

ମାଷ୍ଟର୍ସ ବିଶ୍ୱକପ୍‌ ପ୍ରତିଦ୍ୱନ୍ଦ୍ୱିତାରେ ୮୮ ବର୍ଷୀୟାଙ୍କ ଯାଦୁକରି

ଟୋକିଓ: ଗତବର୍ଷ ମାଷ୍ଟର୍ସ ଚାମ୍ପିୟନଶିପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବା ପରେ ଜାପାନର କାଟସୁମି ସାଇକି ବିଶ୍ୱର ସର୍ବ ପୁରାତନ ମହିଳା ପ୍ରତିଯୋଗୀ କ୍ରସ ସ୍କାଏର ହୋଇଥିଲେ। ବର୍ତ୍ତମାନ ୮୮ ବର୍ଷ ବୟସରେ ସେ ନିଜ ପ୍ରତିଭାକୁ ବିଶ୍ୱ ମଞ୍ଚକୁ ନେଇ ଅଷ୍ଟ୍ରେଲିଆରେ ୨୦୨୩ ମାଷ୍ଟର୍ସ ବିଶ୍ୱକପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରି ରେକର୍ଡ କରିଛନ୍ତି। ୮୫ରୁ ଅଧିକ ବର୍ଗରେ ପ୍ରବେଶ କରିଥିବା କାଟସୁମି ଏକମାତ୍ର ସ୍କାଏର୍ସ ଥିଲେ। ସେ ନିମ୍ନବର୍ଗର କିଛି ପ୍ରତିଯୋଗୀଙ୍କ ଅପେକ୍ଷା ତାଙ୍କର ଦୁଇଟି ଇଭେଣ୍ଟରେ କମ୍‌ ସମୟ ନେଇଥିଲେ। ୫ କି.ମି. କ୍ଲାସିକ୍‌ ଷ୍ଟାଇସ ଇଭେଣ୍ଟକୁ ସେ ୨୬ ମିନିଟ୍‌ ୨୮ ସେକେଣ୍ଡରେ ଶେଷ କରିଥିଲେ। ୨୦୨୩ ମାଷ୍ଟର୍ସ ବିଶ୍ୱକପ୍‌ରେ ୨ ଜଣ ମହିଳା ଜାପାନୀ ସ୍କାଏରଙ୍କ ମଧ୍ୟରୁ କାଟସୁମି ତାଙ୍କ ଦେଶକୁ ପ୍ରତିନିଧିତ୍ୱ କରୁଥିଲେ।

Share