ଶେଷ ମତଦାନ କହି କାନ୍ଦି ପକାଇଲେ ୮୮ ବର୍ଷିୟା ବୃଦ୍ଧା

ଭୁବନେଶ୍ୱର,୨୫।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଓ୍ବାର୍ଡ ନଂ. ୪୯ ଅନ୍ତର୍ଗତ ଆଇଗିଣିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥ୍‌ ନଂ. ୫୦୯ରେ ଗୁରୁବାର ମତଦାନ କରିଛନ୍ତି ୮୮ ବର୍ଷିଆ ବୃଦ୍ଧା ଅନ୍ନପୂର୍ଣ୍ଣା ଦାସ। ତେବେ ସେ ଭୋଟ ଦେଇ ଯେତିକି ଖୁସି ଓ ଭାବବିହ୍ବଳ ଥିଲେ ଅଭିନେତା ସବ୍ୟସାଚୀ ତାଙ୍କ ସହ କଥା ହେବା ପରେ ସେ ଆହୁରି ଉତ୍ସାହିତ ହୋଇପଡିଥିଲେ। ଏହି ସମୟରେ ଅନ୍ନପୂର୍ଣ୍ଣା କହିଛନ୍ତି, ଏହା ମୋର ଜୀବନର ଶେଷ ଭୋଟ। ତେଣୁ ମଁୁ ମୋ ମତ ସାବ୍ୟସ୍ତ କରି ଯେତିକି ଖୁସି ଅଛି, ଶେଷ ମତଦାନ ବୋଲି ସେତିକି ଦୁଃଖ କରୁଛି। କାରଣ ମଁୁ ମୋ ଦେଶକୁ ଭଲ ପାଏ। ପୁଣି ଏଠାରେ, ଏଇ ଦେଶରେ ଜନ୍ମ ହୋଇ ମୁଁ ମୋର ମତସାବ୍ୟସ୍ତ କରିବି ବୋଲି କହି କାନ୍ଦି ପକାଇଥିଲେ।

Share