ବନ୍ଦ ହେଲା ହୀରାକୁଦର ୮ ଗେଟ୍‌

ସମ୍ବଲପୁର,୧୫।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ଖୋଲାଯାଇଥିବା ୩୪ ଗେଟ୍‌ ମଧ୍ୟରୁ ସୋମବାର ୮ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୨୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ତଳ ମୁଣ୍ଡରେ ବନ୍ୟା ନିୟନ୍ତ୍ରଣକୁ ଆଣିବା ଲାଗି ଗେଟ୍‌କୁ ବନ୍ଦ କରି ଦିଆଯାଇଥିବା ଜଣାପଡିଛି।

Share