ହୀରାକୁଦ ଡ୍ୟାମ୍‌ର ୯ ଗେଟ୍‌ ଖୋଲିଲା

ସମ୍ବଲପୁର ଅଫିସ,୧୬ା୮: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍‌ର ଜଳପତ୍ତନ ବୃଦ୍ଧି ପାଇଛି। ଫଳରେ ୯ଟି ଗେଟ୍‌ ମଧ୍ୟ ଦେଇ ଜଳ ନିଷ୍କାସିତ ହେଉଛି। ଶନିବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୧୫.୦୨ ଫୁଟକୁ ବୃଦ୍ଧି ପାଇଛି।
ସେହିପରି ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ୍‌ରେ ୧ ଲକ୍ଷ ୬୯ ହଜାର ୫୬୫ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ସ୍ଲୁଇସ୍‌ ଗେଟ୍‌, ପାଓ୍ବାର ଚ୍ୟାନେଲ ଏବଂ ବିଭିନ୍ନ କେନାଲ ଦେଇ ମୋଟ୍‌ ୧ ଲକ୍ଷ ୩୦୯ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି।

Share