Categories: ଫୁରସତ

୮୦ ଲକ୍ଷ ଥର ରାମ ନାମ ଲେଖିଲେଣି ୯୪ ବର୍ଷୀୟା

ଡେରାଡୁନ: ଅନେକ ଲୋକ ଅଛନ୍ତି, ଯେଉଁମାନେ ପ୍ରଭୁଙ୍କ ପ୍ରତି ନିଜ ଭକ୍ତିକୁ କିଛି ଭିନ୍ନ ଉପାୟରେ ଜାହିର କରିଥାନ୍ତି। ଏପରି କିଛି ଝଲକ ନିକଟରେ ଦେଖିବାକୁ ମିଳିଛି। ଜଣେ ୯୪ ବର୍ଷୀୟା ୮୦ ଲକ୍ଷ ଥର ପ୍ରଭୁ ଶ୍ରୀରାମଙ୍କ ରାମ ନାମ ଲେଖି ନିଜ ଭକ୍ତି ଜାହିର କରିଛନ୍ତି। ସେ ଆଗକୁ ଏହାକୁ ୧ କୋଟି କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଏପରି ଶ୍ରୀରାମ ନାମ ଲେଖିବାକୁ ଆନ୍ଧ୍ରପ୍ରଦେଶର ଏକ ଆଧ୍ୟାତ୍ମିକ ଶିବିରରୁ ପ୍ରେରଣା ପାଇଥିଲେ। ତାଙ୍କ ସ୍ବାମୀ ସ୍ବର୍ଗତ ସର୍ବେଶ୍ୱର ଶାସ୍ତ୍ରୀ ମଧ୍ୟ ଭଗବାନ ରାମଙ୍କ ନାମ ଜପ କରୁଥିଲେ। ସୂଚନା ମୁତାବକ, ମାନ୍ଥା ଶୁଭଲକ୍ଷ୍ମୀ ଓଡ଼ିଶାର ଏକ ବିଦ୍ୱାନ ପରିବାରରେ ଜନ୍ମ ହୋଇଥିଲେ। ସେ ଗତ କିଛି ମାସ ହେବ ଉତ୍ତରାଖଣ୍ଡର ଚମ୍ବାରେ ରହୁଛନ୍ତି। ସେଠାରେ ସେ ଲୋକଙ୍କୁ ରାମ ନାମ ଲେଖିବାର ମହତ୍ତ୍ୱ ଶିଖାଉଛନ୍ତି। ଶୁଭଲକ୍ଷ୍ମୀ କହିଛନ୍ତି, ଏହି କଳିଯୁଗରେ କେବଳ ରାମ ନାମ ଜପିଲେ ହିଁ ମଣିଷକୁ ମୁକ୍ତି ମିଳିପାରିବ। ତାଙ୍କର ଏପରି ଭକ୍ତି ଦେଖି ଲୋକେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଇଥାନ୍ତି। ତାଙ୍କର ଛୋଟବେଳୁ ହିଁ ରାମଙ୍କ ପ୍ରତି ଭକ୍ତି ରହିଥିବା ସେ କହିଛନ୍ତି।

Share