ନୂଆଦିଲ୍ଲୀ,୧୩।୯: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍ଓ) ପକ୍ଷରୁ ଇପିଏଫ୍ ଆକାଉଣ୍ଟଗୁଡିକୁ ଆଧାର ସହ ଲିଙ୍କ କରାଇବାର ଅବଧିକୁ ଡିସେମ୍ବର ୩୧ ଯାଏ ବୃଦ୍ଧି କରାଯାଇଛି। ଏଥି ଲାଗି ଶେଷ ତାରିଖ ଅଗଷ୍ଟ ମାସ ୩୧ ରହିଥିଲା। ଇପିଏଫ୍ଓ ଉପଭୋକ୍ତାମାନେ ଯଦି ସେମାନଙ୍କ ଆକାଉଣ୍ଟର ଆଧାର ସହ ଲିଙ୍କ ନ କରାନ୍ତି ତେବେ ନିଜ ଖାତାରେ କମ୍ପାନୀ ପକ୍ଷରୁ ମିଳୁଥିବା ଯୋଗଦାନକୁ ରୋକିଦିଆଯିବ। ଏହାବାଦ ଇପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ସମୟରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଯାଇପାରେ। ଇପିଏଫ୍ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟ ଆଧାର ସହ ଲିଙ୍କ ହୋଇ ନ ଥିଲେ ଇପିଏଫ୍ଓ ସର୍ଭିସ ବ୍ୟବହାର କରିବା କଷ୍ଟକର ହୋଇପଡ଼ିବ।