ନୂଆଦିଲ୍ଲୀ,୬।୭ : ଆଧାର ସହ ପାନ୍ ସଂଯୋଗ କରାଇବାର ଶେଷ ତାରିଖକୁ ସରକାର ସୋମବାର ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ଯାଏ ବଢ଼ାଇଛନ୍ତି। କରୋନା ଭାଇରସ୍ ଯୋଗୁ ଲୋକମାନେ ବର୍ତ୍ତମାନ ସମସ୍ୟାରେ ରହିଥିବାରୁ ଏହାକୁ ଧ୍ୟାନରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା ଲୋକମାନେ ଆଧାର-ପାନ୍ ସଂଯୋଗ କରାଇବାକୁ ଅଧିକ ସମୟ ପାଇପାରିବେ। ଆୟକର ବିଭାଗ ପକ୍ଷରୁ ଏହାର ଟୁଇଟର ହ୍ୟାଣ୍ଡେଲରେ ଏଭଳି ସୂଚନା ଦିଆଯାଇଛି। ସେହିଭଳି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେଲ୍ଫ ଆସେସ୍ମେଣ୍ଟ ଟିକସ ପ୍ରଦାନ କ୍ଷେତ୍ରରେ ଶେଷ ସୀମାକୁ ଚଳିତ ବର୍ଷ ନଭେମ୍ବର ଶେଷ ଯାଏ ବୃଦ୍ଧି କରାଯାଇଛି।