Categories: ଜାତୀୟ

ଖୁବ୍‌ଶୀଘ୍ର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଆପ୍‌

ନୂଆଦିଲ୍ଲୀ,୧୮।୧: ଆମ ଆଦମୀ ପାର୍ଟି ମଙ୍ଗଳବାର ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ। ଏ ନେଇ ମଙ୍ଗଳବାର ମଧ୍ୟ୍ୟାହ୍ନ ୧୨ଟାରେ ପଞ୍ଜାବର ମୋହଲିଠାରେ ଏକ ଖବରଦାତା ସମ୍ମିଳନୀରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଲୋକଙ୍କ ମତାମତ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜିର୍‌ଓ୍ବାଲ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ ବୋଲି କହିଥିଲେ। ଏଥିପାଇଁ ଗୋଟିଏ ନମ୍ବର ମଧ୍ୟ ଜାରି କରାଯାଇଥିଲା।
ସୂଚନା ଅନୁଯାୟୀ, ପ୍ରାୟ ୨୦ ଲକ୍ଷ ଲୋକ ସେମାନଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଆପ ପାଖକୁ ପଠାଇଛନ୍ତି। ଏହାକୁ ଆଧାର କରି କେଜିର୍‌ଓ୍ବାଲ ପଞ୍ଜାବ ପାଇଁ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ଆପ ନେତା ହରପାଲ ସିଂହ ଚୀମା କହିଛନ୍ତି, ‘୯୬ ଘଣ୍ଟା ମଧ୍ୟରେ ଦଳକୁ ୧୯ ଲକ୍ଷ ପ୍ରତିକ୍ରିୟା ମିଳିଥିଲା।

Share