ଭୁବନେଶ୍ୱର, ୭।୧୦(ବ୍ୟୁରୋ): ୨୦୨୨-୨୩ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ଯୁକ୍ତ୩(ୟୁଜି) ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ସେହିଭଳି ସ୍ନାତକୋତ୍ତର(ପିଜି) ପାଠପଢ଼ା ୧୭ ତାରିଖରୁ ଚାଲିବ। ଏ ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ର ନାଥ କର ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ପିଜି କାଉନ୍ସିଲ ଚେୟାରମ୍ୟାନ, ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି। ଯେଉଁ ଛାତ୍ରୀଛାତ୍ର ହଷ୍ଟେଲରେ ରହିବା ପାଇଁ ନାମ ଲେଖାଇଛନ୍ତି, ସେମାନଙ୍କ ପାଇଁ ହଷ୍ଟେଲରେ ସବୁ ପ୍ରକାର ସୁବିଧା ରଖିବା ପାଇଁ ମଧ୍ୟ କୁହାଯାଇଛି। ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏହି ନିର୍ଦ୍ଦେଶକୁ ପାଳନ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।