Advertisement

ମହିଳାଙ୍କୁ ବଳାତ୍କାର କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ, ଆଜି କୋର୍ଟ ଚାଲାଣ

କେନ୍ଦୁଝର,୧।୩ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ବିଟ୍ ପୋଲିସ ବଳାତ୍କାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ତୁଳସୀପୁର ଗ୍ରାମର ବନମାଳୀ ମହାନ୍ତ(୫୮)। ପ୍ରକାଶ ଯେ ,ତୁଳସୀପୁର ଗ୍ରାମର ଜଣେ ୫୫ ବର୍ଷୀୟା ମହିଳାଙ୍କୁ ବନମାଳୀ ୨୩ତାରିଖ ଅପରାହ୍ନ ୧ଟା ବେଳେ ବଳାତ୍କାର କରି ଫେରାର ହୋଇ ଯାଇଥିଲା। ଏ ନେଇ ପିଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ କେସ ନଂ ୮୭/୨୫ ଦଫା ୩୩୧ବି ୬୪(୨)(କେ)୩୫୧(୨) ବିଏନଏସ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଆଜି ଅଭିଯୁକ୍ତ ଙ୍କୁ ଗିରଫ କରି  କୋର୍ଟ ଚାଲାଣ କରାଯାଇଛି ବୋଲି ଫାଣ୍ଡି ଅଧିକାରୀ ଏସ ଆଇ ସୂର୍ଯ୍ୟନାରାୟଣ ରାଉତରାୟ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel