ବ୍ରେକ୍‌ଅପ୍‌ ପରେ ପ୍ରସିଦ୍ଧ ହୋଇଥିଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ହିମାଂଶ କୋହଲିଙ୍କ ଆଜି ହେଉଛି ୩୨ ତମ ଜନ୍ମଦିନ। ୧୯୮୯ ମସିହା ନଭେମ୍ବର ୩ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଆଜିର ଏହି ଖାସ୍‌ ଦିନରେ ତାଙ୍କ ସହ ଜଡ଼ିତ କିଛି କଥା ବିଷୟରେ ଜାଣନ୍ତୁ…

ଅଭିନୟ ଜଗତକୁ ଆସିବା ପୂର୍ବରୁ ପ୍ରଥମେ ସେ ଏକ ରେଡିଓ ଜକି ଭାବରେ କାମ କରୁଥିଲେ। ‘ୟାରିୟା’ ପରଠାରୁ ସେ ବଲିଉଡ୍‌ରେ ଏକ ସୁଯୋଗ ପାଇଥିଲେ। ଯଦିଓ ତାଙ୍କ ଫିଲ୍ମ ଫ୍ଲପ୍‌ ହୋଇଥିଲା। ସେ ତାଙ୍କ ଫିଲ୍ମକୁ ନେଇ ଯେତିକି ପ୍ରସିଦ୍ଧ ନୁହଁ ପ୍ରେମ ବ୍ୟାପାରକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିଲେ।

ଗାୟିକା ନେହା କକ୍କରଙ୍କ ପ୍ରେମରେ ପଡ଼ିଥିଲେ ହିମାଂଶ। ଦୁହିଁଙ୍କ ସମ୍ପର୍କକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ରିୟାଲିଟି ଶୋ’ ‘ଇଣ୍ଡିଆନ ଆଇଡଲ’ରେ ନେହାଙ୍କ ପ୍ରେମରେ ହିମାଂଶ ପଡ଼ିଥିଲେ। ଏପରିକି ସୋସିଆଲ ମିଡିଆରେ ଦୁହେଁ ଅନେକ ଫଟୋ ବି ମିଶି କି ଶେୟାର କରିଥିଲେ। ମାତ୍ର ହଠାତ୍‌ ଦୁଇଜଣଙ୍କ ରାସ୍ତା ଅଲଗା ହୋଇଯାଇଥିଲା।

ବ୍ରେକ୍‌ଅପ୍‌ ପରେ ନେହା ଏକ ରିୟାଲିଟି ଶୋ’ରେ ଭୋ ଭୋ ହୋଇ କାନ୍ଦିଥିଲେ। ଏହା ପରେ ହିମାଂଶଙ୍କୁ ଖୁବ୍‌ ଟ୍ରୋଲ କରାଯାଇଥିଲା। ହିମାଂଶ ବି ସୋସିଆଲ ମିଡିଆକୁ ଆସି ନିଜର ମତ ରଖିଥିଲେ।

Share