ୟାମିଙ୍କ ସହ ବ୍ରେକ୍‌ଅପ ପରେ ଭାଙ୍ଗି ପଡିଥିଲେ ଅଭିନେତା

ବଲିଉଡ ଅଭିନେତା ପ୍ରତୀକ ବବର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ପ୍ରତୀକ ବବର ତାଙ୍କ ପ୍ରେମ ଜୀବନକୁ ନେଇ କିଛି ଖୁଲାସା କରିଛନ୍ତି । ତାଙ୍କର ଏକ ଫିଲ୍ମ ‘ଏକ ଦିୱାନା ଥା’ ଫ୍ଲପ ହୋଇଥିଲା । ଏହି ଫିଲ୍ମରେ ସେ ୟାମି ଜ୍ୟାକସନଙ୍କ ସହ ନଜର ଆସିଥିଲେ। ସେହି ଫିଲ୍ମ ପରେ ବାସ୍ତବ ଜୀବନରେ ଉଭୟ ଉଭୟଙ୍କ ପ୍ରେମରେ ପଡିଯାଇଥିଲେ। ତା’ପରେ କୌଣସି କାରଣରୁ ଦୁହେଁ ଅଲଗା ହୋଇଯାଇଥିଲେ।

ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଏହା ଏକ ଭଲ ଫିଲ୍ମ ଥିଲା କିନ୍ତୁ ତା’ପରେ ମୁଁ ଆମିଙ୍କ ପ୍ରେମରେ ପଡିଯାଇଥିଲି ଏବଂ ଏହା ପରେ ସବୁକିଛି ଖରାପ ହୋଇଗଲା । ଏହା ସହ କହିଛନ୍ତି କି ଆମିଙ୍କ ସହ ବ୍ରେକଅପ ପରେ ସେ ବହୁତ ଭାଙ୍ଗି ଯାଇଥିଲେ। ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ବହୁତ ଲାଜକୁଳା କିନ୍ତୁ ମୁଁ ନିଜକୁ ଭଲ ସର୍ବଶ୍ରେଷ୍ଠ ପ୍ରମାଣିତ କରିବା ପାଇଁ ଆମି ମୋତେ ବହୁତ ପ୍ରେରଣା ଦେଇଥିଲେ। ସେ ଦୁନିଆର ସବୁଠାରୁ ସୁନ୍ଦର ଭଲ ଝିଅ । ମୁଁ ତାଙ୍କ ପାଇଁ ଏବେ ବି ଦିୱାନା ଅଛି ସେ କହିଛନ୍ତି।

Share