ବୋଲ୍ଡସିନ୍‌ ଦେଇଥିବା ସତ୍ତ୍ୱେ ମଲ୍ଲିକାଙ୍କୁ ସବୁଠୁ ଖରାପ କିସର୍‌ ବୋଲି କହିଥିଲେ ଅଭିନେତା: ଜବାବରେ…

ବମ୍ବେ: ଅଭିନେତା ଭାବେ କମ୍‌ ବରଂ ସିରିୟଲ କିସର୍‌ ଭାବେ ଅଧିକ ଲୋକପ୍ରିୟ ଇମରାନ୍‌ ହାସମୀ। ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ଥାଏ ବେଶ୍‌ ରୋମାଣ୍ଟିକ୍‌। ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ‘ମର୍ଡର’ରୁ ତାଙ୍କୁ ମିଳିଥିଲା ଖ୍ୟାତି। ମଲ୍ଲିକାଙ୍କ ସହ ଫିଲ୍ମରେ ତାଙ୍କର ବୋଲ୍ଡଦୃଶ୍ୟ ପ୍ରଶଂସକଙ୍କୁ ମତୁଆଲା କରିଥିଲା। ହେଲେ ଫିଲ୍ମ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖଟା ହୋଇଯାଇଥିବା ଅନୁମାନ କରାଯାଏ।

କରନ୍‌ ଜୋହରଙ୍କ ଶୋ’ ‘କଫି ଉଇଥ୍‌ କରନ୍‌’ରେ ଉଭୟଙ୍କ ଫିକା ସମ୍ପର୍କ ବିଷୟରେ ଜଣାପଡ଼ିଥିଲା। କାରଣ ସେତେବେଳେ ଇମରାନ୍‌ ମଲ୍ଲିକାଙ୍କୁ ସବୁଠାରୁ ଖରାପ କିସର୍‌ ବୋଲି କହିବା ସହ ମର୍ଡର-୨ରେ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ ତାଙ୍କଠାରୁ ଭଲ ବୋଲି କହିଥିଲେ। କଥା ସେତିକିରେ ରହି ନ ଥିଲା। ଯଦି କେବେ ମଲ୍ଲିକାଙ୍କ ରୁମ୍‌କୁ ସେ ଯିବେ ତାହାହେଲେ କ’ଣ ଖୋଜିବେ ବୋଲି କରନ୍‌ ତାଙ୍କୁ ପଚାରିଥିଲେ। ଏହାର ଜବାବରେ ଏକ ମୁର୍ଖଙ୍କ ଗାଇଡ୍‌ ଯିଏ ହଲିଉଡ୍‌ରେ ସଫଳ ହୋଇଥିବେ ବୋଲି ଇମ୍‌ରାନ୍‌ କହିଥିଲେ। ଇମ୍‌ରାନ୍‌ଙ୍କ କଥାଶୁଣି ରାଗରେ ପାଚି ଯାଇଥିଲେ ମଲ୍ଲିକା। ‘ହିସ୍‌’ ଫିଲ୍ମରେ ସେ ଯେଉଁ ସାପକୁ ଚୁମ୍ବନ ଦେଇଥିଲେ ସେ ଇମରାନଙ୍କ ଠାରୁ ଭଲ କିସର ଥିଲେ ବୋଲି ମଲ୍ଲିକା କହିଥିଲେ।

ଆଗାମୀ ଦିନରେ ଇମରାନ୍‌ଙ୍କ ଫିଲ୍ମ ‘ଚେହେରେ’ ରିଲିଜ ହେବାକୁ ଯାଉଛି। ଏଥିରେ ତାଙ୍କ ସହ ଅମିତାଭ ବଚ୍ଚନ ନଜର ଆସିବେ। ଫିଲ୍ମକୁ ରୁମୀ ଜାଫରୀ ନିର୍ଦ୍ଦେଶନା ଦେଉଛନ୍ତି।

Share