ଅଭିନେତ୍ରୀଙ୍କୁ ବାଛନ୍ତି ଅଭିନେତା

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ଅନେକ ସୁପରଷ୍ଟାରଙ୍କ ସହ କାର୍ଯ୍ୟ କରିଛନ୍ତି। ଅଭିନେତା ଅମିତାଭ ବଚ୍ଚନଙ୍କ ସହ ‘ବଦଲା’, ଶାହରୁଖ ଖାନ୍‌ଙ୍କ ସହ ‘ଡଙ୍କି’ ଆଦି ବହୁ ଫିଲ୍ମରେ ସେ ସୁପରଷ୍ଟାର ଅଭିନେତାଙ୍କ ମୁଖ୍ୟ ନାୟିକା ଭାବେ କାର୍ଯ୍ୟ କରିଛନ୍ତି। ତେବେ ରବିବାର ଏକ ସାକ୍ଷାତ୍‌କାରରେ ତାପସୀଙ୍କର ଏକ ବୟାନକୁ ନେଇ ବଲିଉଡ୍‌ରେ ହଇଚଇ ସୃଷ୍ଟି ହୋଇଛି। ସେ କହିଛନ୍ତି, ସାଧାରଣତଃ ନିର୍ଦ୍ଦେଶକମାନେ ସେମାନଙ୍କ ଫିଲ୍ମକୁ ହିଟ୍‌ କରାଇବା ପାଇଁ ଷ୍ଟାର୍‌ ଅଭିନେତାମାନଙ୍କର ଆବଶ୍ୟକ କରିଥାନ୍ତି। ସେମାନେ ବଡ଼ ଅଭିନେତାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ରୁହନ୍ତି ଓ ତାଙ୍କ କଥାରେ କାର୍ଯ୍ୟ କରନ୍ତି। ବଲିଉଡ୍‌ର ପ୍ରାୟ ୭୫% ଫିଲ୍ମରେ ନାୟିକା କିଏ ହେବେ, ସେନେଇ ଷ୍ଟାର୍‌ ଅଭିନେତାଙ୍କର ପ୍ରଭାବ ଥାଏ। ସାଧାରଣତଃ ଅଧିକ ଟ୍ରେଣ୍ଡ୍‌ରେ ଥିବା କିମ୍ବା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରୁଥିବା ଅଭିନେତ୍ରୀମାନଙ୍କୁ ଷ୍ଟାର ଅଭିନେତାମାନେ ଚୟନ କରିଥାନ୍ତି। ତେବେ କିଛି ଅଭିନେତ୍ରୀଙ୍କୁ ନେଇ ଷ୍ଟାର୍‌ ଅଭିନେତାମାନେ ନିଜକୁ ଅସୁରକ୍ଷିତ ମଣିଥାନ୍ତି। ସେମାନେ ଏପରି ଅଭିନେତ୍ରୀଙ୍କ ଚୟନ କରନ୍ତି, ଯେଉଁମାନେ ନିଜ ଅଭିନୟ ମାଧ୍ୟମରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି ନାହିଁ। ଯେଉଁ ଫିଲ୍ମରେ ଜଣେ ବଡ଼ ଷ୍ଟାର୍‌ ଅଭିନେତା ରହିଥାନ୍ତି, ସେଥିରେ ଅନ୍ୟ ଅଭିନେତ୍ରୀ ଓ ଅଭିନେତାମାନଙ୍କ ଭୂମିକା ଗୌଣ ହୋଇଯାଇଥାଏ। ବଲିଉଡ୍‌ର ଏପ୍ରକାର ମାନସିକତା ବିରୋଧରେ ପ୍ରତି ଦିନ ଲଢ଼ିବାକୁ ପଡ଼ିଥାଏ ବୋଲି ତାପସୀ ଏହି ସାକ୍ଷାତ୍‌କାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terror Attack: ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଶାହା, ଭେଟିଲେ ପୀଡ଼ିତଙ୍କ ପରିଜନଙ୍କୁ

ଶ୍ରୀନଗର,୨୩।୪: ମଙ୍ଗଳବାର ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା Terror Attackରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଯେତେବେଳେ ୧୭ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଯେଉଁମାନେ ହସ୍ପିଟାଲରେ...

Pahalgam Attack Updates: ଘଟଣାସ୍ଥଳରେ ପହଞ୍ଚି ଶାହା କହିଲେ, ‘ଆତଙ୍କବାଦ ସାମ୍ନାରେ ନଇଁବ ନାହିଁ ଭାରତ’

ଶ୍ରୀନଗର,୨୩।୪: ମଙ୍ଗଳବାର ଅପରାହ୍ନରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିବାରୁ ଦୁଇଜଣ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ...

China: ନିଆଁ ଲାଗି ଭୁଷୁଡି ଗଲା ପୋଲ, ଆକାଶ ହେଲା ଧୂଆଁ ମୟ

ବେଜିଂ,୨୩।୪: ବେଜିଂର ଉତ୍ତର-ପୂର୍ବ ଶୁନି ଜିଲାରେ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ ହୋଇଛି, ଯାହା ଫଳରେ ଏକ ପୋଲ ଭୁଶୁଡ଼ି ପଡ଼ିଛି। ଏ ସମ୍ପର୍କିତ ଫଟୋ ସୋସିଆଲ...

ଶାହାଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ, ଏବେ ପାକ୍‌ ବିରୋଧରେ ମୋଦି ନେବେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ନିରସ୍ତ୍ର ପର୍ଯ୍ୟଟକଙ୍କ ଉପରେ ଏପରି ବର୍ବର ଆକ୍ରମଣ ପରେ,...

Pahalgam Terror Attack: ପାକିସ୍ତାନ ଏୟାର ସ୍ପେସ ଦେଇ ସାଉଦି ଯାଇଥିଲେ ମୋଦି, ଲେଉଟାଣି ବେଳେ କାହିଁକି ଡାଇଭର୍ଟ ହେଲା ରୁଟ୍‌, ଜାଣନ୍ତୁ

ନୂଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବରୁ ଫେରିବା ସମୟରେ ପାକିସ୍ତାନୀ ଆକାଶ ସୀମା ବ୍ୟବହାର କରି ନଥିଲେ। ପହଲଗାମ Terror Attack ପରେ ପ୍ରଧାନମନ୍ତ୍ରୀ...

IPLରେ ଇତିହାସ ରଚିଲେ କେ.ଏଲ ରାହୁଲ: ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୨୩।୪: କେଏଲ ରାହୁଲ ଆଇପିଏଲ ଇତିହାସରେ ଦ୍ରୁତତମ ୫,୦୦୦ ରନ ପୂରଣ କରିଥିବା ଖେଳାଳି ହୋଇଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ବଡ଼ ଅଭିଯୋଗ ଆଣିଲେ ପରିବାର ଲୋକେ

ଦିଗପହଣ୍ଡି,୨୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ିି ପଞ୍ଚାୟତ ବିରି ବାଡ଼ିଆ ଗ୍ରାମର ଚିତ୍ରସେନ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଖବରପାଇ ବୁଧବାର...

Jammu Kashmir Terror Attack: ଚିହ୍ନଟ ହେଲେ ଆତଙ୍କବାଦୀ, ଏବେ ଏୟାରଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀର ପୋଲିସ ପହଲଗାମ ଆତଙ୍କବାଦୀ ଆକ୍ରମଣର ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍କେଚ ଜାରି କରିଛି। ଏହି ସନ୍ଦିଗ୍ଧମାନଙ୍କୁ ଆସିଫ ଫୁଜି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image