କାନ୍ଦି କାନ୍ଦି ମହେଶ ଭଟ୍ଟଙ୍କୁ ଅଭିଶାପ ଦେଇ ଠକ କହିଥିଲେ ଏହି ଅଭିନେତା: କାରଣ ଜାଣିଲେ…

ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କୁ ଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରେ ଗଣାଯାଏ। ସେ ମହେଶ ଭଟ୍ଟଙ୍କ ଚଳଚ୍ଚିତ୍ର ‘ସାରାଂଶ’ରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ। ତାଙ୍କୁ ସେତେବେଳେ ୨୪ ବର୍ଷ ହୋଇଥିଲା । କିନ୍ତୁ, ସେ ଜଣେ ବୃଦ୍ଧ ପିତାଙ୍କ ଭୂମିକାରେ ଅଭିନୟ କରିଥିଲେ, ଯାହା ତାଙ୍କୁ ନୂଆ ପରିଚୟ ଦେଇଥିଲା। ବହୁ ସମସ୍ୟା ପରେ ଅନୁପମ ଏହି ଭୂମିକା ପାଇଥିଲେ। ଅନୁପମ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ, ନିରାଶ ହୋଇ ସେ ମୁମ୍ବାଇ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହାପୂର୍ବରୁ ସେ ମହେଶଙ୍କୁ ଏକ ଶିକ୍ଷା ଦେବାକୁ ଚାହୁଁଥିଲେ। ଅନୁପମ ‘ସାରାଂଶ’ କାମ କରିଥିଲେ। ଏହି ଫିଲ୍ମଟି ୨୫ ମେ ୧୯୮୪ରେ ମୁକ୍ତିଲାଭ କରିଥିଲା। ଯଦିଓ ସେ ୧୯୮୨ ମସିହାରେ ‘ଆଗମନ’ରୁ ବଲିଉଡରେ ଡେବ୍ୟୁ କରିଥିଲେ, କିନ୍ତୁ ‘ସାରାଂଶ’ ଫିଲ୍ମରୁ ସଫଳତା ପାଇଥିଲେ।

କଠିନ ପରିଶ୍ରମ ସତ୍ତ୍ୱେ ପ୍ରତିଶ୍ରୁତି ଦିଆଯାଇ ତାଙ୍କୁ ଏହି ଫିଲ୍ମରୁ ବାହାର କରି ଦିଆଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ମହେଶ ତାଙ୍କୁ ହଟାଇ ସଞ୍ଜୀବ କୁମାରଙ୍କୁ ରଖିଥିଲେ। ଏହା ପରେ ଅନୁପମ ଆଶ୍ଚର୍ଯ୍ୟ ହୋଇ ମୁମ୍ବାଇ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହାପୂର୍ବରୁ ସେ ମହେଶଙ୍କ ଘରକୁ ଯାଇ କାନ୍ଦିବାକୁ ଲାଗିଲେ। ପରେ ଅଭିଶାପ ମଧ୍ୟ ଦେଇଥିଲେ।

ସେ କହିଛନ୍ତି, ମୁମ୍ବାଇ ଛାଡ଼ିବା ପୂର୍ବରୁ ମୁଁ ମହେଶଙ୍କ ଘରକୁ ଯାଇଥିଲି। ମୁଁ ଯେତେବେଳେ ତାଙ୍କ ଘରେ ପହଞ୍ଚିଲି, ଲିଫ୍ଟ କାମ କରୁ ନ ଥିଲା, ତେଣୁ ଚାଲିଚାଲି ଗଲି । ମୁଁ ବେଲ୍‌ ବଜାଇବାରୁ ମହେଶ ଜୀ କବାଟ ଖୋଲି କହିଲେ, ଭଲ ହେଲା ତୁମେ ଆସିଛ; ତୁମେ ଦ୍ୱିତୀୟ ଭୂମିକାରେ ଅଭିନୟ କରିବ।

ପରେ ମୁଁ ମହେଶଙ୍କୁ କହିଲି, ଝରକା ପାଖକୁ ଆସ, ମୋ ଟ୍ୟାକ୍ସି ଛିଡ଼ା ହୋଇଛି। ମୋର ସେଥିରେ ଲଗେଜ୍‌ ଅଛି, ମୁଁ ଏହି ସହର ଛାଡ଼ି ଯାଉଛି। କିନ୍ତୁ ଏହାପୂର୍ବରୁ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ, ଆପଣ ସବୁଠାରୁ ବଡ଼ ଠକ। ତୁମେ ସତ୍ୟ ଉପରେ ଏକ ଫିଲ୍ମ କରିବାକୁ ଚାହୁଁଛ, କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ ।

ଏହା ପରେ ମହେଶ ଭଟ୍ଟ ତାଙ୍କୁ ଡାକି କହିଥିଲେ, ସେ ନିର୍ମାତାଙ୍କୁ ଡାକୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ମୁଁ ଏହି ‘ଦୃଶ୍ୟ’ ଦେଖିଲି ଏବଂ ଅନୁପମ ଏହି ଭୂମିକାକୁ ଭଲ କରିବେ ବୋଲି ନିଶ୍ଚିତ ହେଲି।

Share