ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ ସିନ ଦେଖିବାକୁ ମିଳେ। କିନ୍ତୁ ଯେତେବେଳେ ବାସ୍ତବ ଜୀବନରେ ସେମାନଙ୍କ ସମ୍ପର୍କକୁ ଦେଖାଯାଏ ସେମାନେ କିଏ କାହାର ଭାଇ-ବୋହୂ ହୋଇଥିବେ ବା ଆଉ କିଛି। ଅନେକ ଅଭିନେତା ଅଛନ୍ତି ଯେଉଁମାନେ ଫିଲ୍ମରେ ସମ୍ପର୍କୀୟଙ୍କ ସହିତ ରୋମାଣ୍ଟିକ ସିନ କରିଛନ୍ତି। ଏକାଠି କାମ କରି ସେମାନେ ଏକ ସମ୍ପର୍କରେ ବାନ୍ଧି ହୋଇଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ ….
ନୀତୁ କପୁର ଏବଂ ରଣଧୀର କପୁର ପ୍ରାୟ ପାଞ୍ଚଟି ଫିଲ୍ମରେ ଏକାଠି କାମ କରଛନ୍ତି। ହେଲେ ଦୁହେଁ ସମ୍ପର୍କରେ ବାନ୍ଧି ହୋଇ ଯିବେ ବୋଲି ଜାଣି ନ ଥିଲେ। ନୀତୁ ଋଷି କପୁରଙ୍କୁ ବିବାହ କରିଥିଲେ। ସମ୍ପର୍କରେ ରଣଧୀରଙ୍କ ଭାଇ ବୋହୂ ହୋଇଗଲେ ନୀତୁ। ‘ହିରାଲାଲ’, ‘ପନ୍ନାଲାଲ’, ‘କସମେ ଓ୍ବ।ଦା’, ‘ଭଲା ମନୁସ’ ଏବଂ ‘ଢୋଙ୍ଗୀ’ ଫିଲ୍ମରେ ରଣଧୀର ଏବଂ ନୀତୁ ଏକାଠି କାମ କରିଥିଲେ। ଫିଲ୍ମରେ ତାଙ୍କ ରୋମାଣ୍ଟିକ ସିନ୍କୁ ଦର୍ଶକ ଏବେବି ମନେ ରଖିଛନ୍ତି।