ପୂର୍ବତନ ସ୍ତ୍ରୀ, ଭାଇଙ୍କ ନାଁରେ ୧୦୦ କୋଟି ଟଙ୍କାର ମାନହାନି କେସ୍‌ କଲେ ଏହି ଅଭିନେତା

ନୱାଜୁଦ୍ଦିନ ସିଦ୍ଦିକି ହିନ୍ଦୀ ସିନେମାର ଜଣେ ଭେଟେରାନ ଅଭିନେତା। ଆଜିକାଲି ସେ ଚଳଚ୍ଚିତ୍ର କିମ୍ବା ଅଭିନୟ ନୁହେଁ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପୂର୍ବତନ ସ୍ତ୍ରୀ ଆଲିଆ ସିଦ୍ଦିକି ଅଭିନେତାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। କେବଳ ସ୍ତ୍ରୀ ନୁହେଁ ନଓ୍ବାଜୁଦ୍ଦିନଙ୍କ ଭାଇ ଶ୍ୟାମସୁଦ୍ଦିନ ମଧ୍ୟ ତାଙ୍କ ନାଁରେକିଛି ଅଭିଯୋଗ କରିଛନ୍ତି। ଏନେଇ ନଓ୍ବାଜୁଦ୍ଦିନ ଭାଇ ଏବଂ ପୂର୍ବତନ ସ୍ତ୍ରୀଙ୍କ ବିରୋଧରେ ୧୦୦ କୋଟି ଟଙ୍କା ମାନହାନି ମାମଲା ରୁଜୁ କରିଛନ୍ତି। ମାର୍ଚ୍ଚ ୨୦ରେ ଏହି ମାମଲାର ଶୁଣାଣି ହେବ।
ନୱାଜୁଦ୍ଦିନ କୋର୍ଟରେ ଆବେଦନ କରିଛନ୍ତି ଯେ, ତାଙ୍କ ଭାଇ ଏବଂ ପୂର୍ବତନ ସ୍ତ୍ରୀ ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରୁଥିବା ପୋଷ୍ଟ ଶେୟାର କରିଛନ୍ତି। ଏହି କାରଣକୁ ତାଙ୍କର ଅନେକ କ୍ଷତି ମଧ୍ୟ ହୋଇଛି। କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ନିଜକୁ ଲଜ୍ଜିତ ଅନୁଭବ କରୁଛନ୍ତି। ତେଣୁ ଉଭୟ ତାଙ୍କୁ ଲିଖିତ ଆକାରରେ କ୍ଷମା ମାଗିବା ଉଚିତ୍‌।

Share