ନିରାଶ ହୋଇ ଘରକୁ ଫେରିଯାଉଥିବା ବିଗ୍‌ବିଙ୍କୁ ଚଳଚ୍ଚିତ୍ରରେ ସୁଯୋଗ ଦେଇଥିଲେ ଏହି ଅଭିନେତା

ହିନ୍ଦୀ ସିନେମା ଜଗତର ଭେଟେରାନ ଅଭିନେତା ମନୋଜ କୁମାର ୨୪ ଜୁଲାଇରେ ଜନ୍ମଦିନ ପାଳନ କରନ୍ତି। ସେ ଅନେକ ଚଳଚ୍ଚିତ୍ର, କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଜନ୍ମଦିନର ଅବସରରେ ମନୋଜ କୁମାରଙ୍କ ଜୀବନ ଏବଂ ଚଳଚ୍ଚିତ୍ର ଯାତ୍ରା ବିଷୟରେ କିଛି ରୋଚକ କାହାଣୀ ଜାଣନ୍ତୁ। ମନୋଜ କୁମାର ୧୯୫୭ ମସିହାରେ ଚଳଚ୍ଚିତ୍ର ‘ଫ୍ୟାଶନ’ରୁ ଅଭିନେତା ଭାବରେ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ। ସେ ଏହାକୁ ତାଙ୍କର ପ୍ରିୟ ଚଳଚ୍ଚିତ୍ର ବୋଲି ମଧ୍ୟ ବିବେଚନା କରନ୍ତି।

ଅଧିକାଂଶ ଚଳଚ୍ଚିତ୍ରରେ ମନୋଜ କୁମାରଙ୍କ ଚରିତ୍ରର ନାମ ଭାରତ ଥିଲା, ଯେଉଁଥିପାଇଁ ଲୋକମାନେ ତାଙ୍କୁ ‘ଭାରତ କୁମାର’ ବୋଲି ଡାକିବା ଆରମ୍ଭ କରିଥିଲେ। ମନୋଜ ବିସିସିଆଇକୁ କହିଛନ୍ତି ଯେ, କ୍ରମାଗତ ବିଫଳତା ପରେ ନିରାଶ ହୋଇ ଯେତେବେଳେ ଅମିତାଭ ବଚ୍ଚନ ମୁମ୍ବାଇ ଛାଡି ଦିଲ୍ଲୀ ତାଙ୍କ ମା’ ବାପାଙ୍କ ନିକଟକୁ ଫେରୁଥିଲେ ସେହି ସମୟରେ ସେ ଅମିତାଭଙ୍କୁ ଅଟକାଇ ତାଙ୍କ ଫିଲ୍ମ ‘ରୋଟି, କପଡା ଅର ମାକାନ’ରେ ସୁଯୋଗ ଦେଇଥିଲେ।

ମନୋଜ କୁମାର କୁହନ୍ତି, ଯେତେବେଳେ ଲୋକମାନେ ଅମିତାଭଙ୍କୁ ବିଫଳତା ପାଇଁ ଥଟ୍ଟା କରୁଥିଲେ, ତଥାପି ତାଙ୍କ ଉପରେ ସେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଥିଲେ ଯେ ସେ ଦିନେ ବହୁତ ବଡ ତାରକା ହେବେ। ସେ ମଧ୍ୟ ସେହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ମନୋଜ କହିଛନ୍ତି ଯେ, ଦିଲୀପ କୁମାର ତାଙ୍କ ପତ୍ନୀ ସାଇରା ବାନୁଙ୍କୁ ତାଙ୍କ ଚଳଚ୍ଚିତ୍ର ‘ପୁରବ ଔର ପଶ୍ଚିମ’ରେ କାମ କରିବାକୁ ପ୍ରବର୍ତ୍ତାଇଥିଲେ। ଏହା ପରେ ସେ ଦିଲୀପ କୁମାରଙ୍କୁ ତାଙ୍କ ଫିଲ୍ମ ‘କ୍ରାନ୍ତି’ରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ।

ମନୋଜ କୁମାର କହିଛନ୍ତି ଯେ ଏହି ଚଳଚ୍ଚିତ୍ରର ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କଠାରୁ ପ୍ରେରଣା ମିଳିଥିଲା। ଯିଏ ‘ଜୟ ଯବାନ-ଜୟ କିଶାନ’ ସ୍ଲୋଗାନ ଦେଇଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ସମସ୍ତ ନେତାଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। ଶାସ୍ତ୍ରୀଙ୍କ ବ୍ୟତୀତ ଇନ୍ଦିରା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀ ମଧ୍ୟ ତାଙ୍କ ଚଳଚ୍ଚିତ୍ରକୁ ଭଲ ପାଉଥିଲେ। ମନୋଜ କୁମାର ରାଜ କପୁରଙ୍କ ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ମେରା ନାମ ଜୋକର’ରେ ମଧ୍ୟ କାମ କରିଥିଲେ।

ମନୋଜ କୁମାର ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ରାଜ କପୁର, ଦେବ ଆନନ୍ଦ ଏବଂ ପ୍ରଣଙ୍କ ପରି ମୋର ଘନିଷ୍ଠ ବନ୍ଧୁମାଙ୍କ ଚଳଚ୍ଚିତ୍ର ଟିଭିରେ ଦିଏ ମୁଁ ଚ୍ୟାନେଲ ପରିବର୍ତ୍ତନ କରେ କାରଣ ସେହି ଅଭିନେତାମାନଙ୍କ ସ୍ମୃତି ମୋତେ କନ୍ଦାଇଦିଏ । ଅଭିନେତା ଶାହରୁଖ ଖାନଙ୍କ ଉପରେ ମନୋଜ କୁମାର କ୍ରୋଧିତ ହୋଇଥିଲେ ଯେତେବେଳେ ଶାହରୁଖ ତାଙ୍କ ଚଳଚ୍ଚିତ୍ର ‘ଓମ ଶାନ୍ତି ଓମ’ରେ ଏକ ଦୃଶ୍ୟରେ ମନୋଜ କୁମାରଙ୍କୁ କପି କରିଥିଲେ । ତେବେ ପରେ ଶାହରୁଖ ମନୋଜ କୁମାରଙ୍କୁ କ୍ଷମା ମାଗିଥିବା ଦାବି କରିଥିଲେ। ମନୋଜ କୁମାର ବିସିସିଆଇକୁ କହିଛନ୍ତି ଯେ, ଶାହାରୁଖଙ୍କ ଉପରେ ଅସନ୍ତୋଷ ପୁରୁଣା ହୋଇଯାଇଛି ଏବଂ ବର୍ତ୍ତମାନ ସେ ଏହି କଥାକୁ ଭୁଲି ଯାଇଛନ୍ତି।

Share