ନିକ୍‌ଙ୍କ ପୂର୍ବରୁ ପିସିଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ପିସି ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସର୍ବଦା ଆଲୋଚନାରେ ରହିଥାନ୍ତି। ୨୦୧୮ରେ ପ୍ରିୟଙ୍କା ଏବଂ ନିକ୍‌ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
ଏକ ରିପୋର୍ଟ ଅନୁଯାୟୀ, ସ୍ବାମୀ ନିକ୍‌ଙ୍କ ପୂର୍ବରୁ ପ୍ରିୟଙ୍କାଙ୍କୁ ଆଉ ଜଣେ ହଲିଉଡ୍‌ ଅଭିନେତା ପସନ୍ଦ କରୁଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ସେହି ଅଭିନେତା ଜଣଙ୍କ ହେଉଛନ୍ତି ଜେରାର୍ଡ ବଟ୍‌ଲର ।
ହଲିଉଡ ସୁପରଷ୍ଟାର ଜେରାର୍ଡ ବଟଲର ନିଜ ରୋମାଣ୍ଟିକ ଅନ୍ଦାଜ ପାଇଁ ବେଶ ଲୋକପ୍ରିୟ। ସେ ‘ପିଏସ୍‌ ଆଇ ଲଭ ୟୁ’ ଏବଂ ‘ଡିଅର ଫ୍ରାଙ୍କି’ ଭଳି ଫିଲ୍ମ କରିଛନ୍ତି। ଜେରାର୍ଡ ବଟଲର ୨୦୦୯ରେ ଭାରତ ଆସିଥିବା ବେଳେ ପ୍ରିୟଙ୍କା ତାଙ୍କ ପାଇଁ ତାଙ୍କ ଘରେ ପାର୍ଟି ରଖିଥିଲେ। ୨୦୧୨ରେ ସେ ପ୍ରିୟଙ୍କାଙ୍କୁ ପ୍ରେମ ନିବେଦନ ମଧ୍ୟ କରିବା ସହ ବିବାହ ପ୍ରସ୍ତାବ ଦେଇଥିଲେ। ପରେ ଉଭୟ ଉଭୟଙ୍କ ଜୀବନରେ ଆଗକୁ ବଢ଼ିଯାଇଥିଲେ।

Share