୧୨ ଦିନ ଧରି ଗାଧୋଇ ନ ଥିଲେ ଏହି ଅଭିନେତା, କାରଣ…

ମୁମ୍ବାଇ: ଫରଫେକ୍ଟନିଷ୍ଟ ଅଭିନେତା ଅମିର ଖାନ ଏପରି ଜଣେ କଳାକାର, ଯିଏ କି ତାଙ୍କର ପ୍ରତ୍ୟେକ ଭୂମିକା ପାଇଁ କଠିନ ପରିଶ୍ରମ କରନ୍ତି। ଯେ କୌଣସି ଫିଲ୍ମ କରିବାବେଳେ, ସେ ସମ୍ପୂର୍ଣ୍ଣ ସିଦ୍ଧତା ସହିତ ସବୁକିଛି କରିବାକୁ ପସନ୍ଦ କରନ୍ତି। ଏହି କାରଣରୁ ଅମିରଙ୍କୁ ବଲିଉଡ୍‌ରେ ପରଫେକ୍ଟନିଷ୍ଟ କୁହାଯାଏ। ଅମୀର ବହୁତ ସତର୍କତାର ସହିତ ଫିଲ୍ମ କରନ୍ତି।ଏହି କାରଣରୁ, ସେ କମ୍‌ ଫିଲ୍ମ କରନ୍ତି କିନ୍ତୁ ପ୍ରତ୍ୟେକ ଫିଲ୍ମରେ ବେଶ୍‌ ଫିଟ୍‌ ଦେଖାଯାନ୍ତି।

ଅମିର ଦଶରୁ ବାର ଦିନ ପର୍ଯ୍ୟନ୍ତ ଗାଧୋଇ ନ ଥିଲେ। ବାସ୍ତବରେ, ‘ଗୁଲାମ୍‌’ ଫିଲ୍ମର ଏକ ଏକ ଦୃଶ୍ୟକୁ ପରଫେକ୍ଟ କରିବା ପାଇଁ ସେ ୧୨ ଦିନ ଗାଧୋଇ ନ ଥିଲେ। ଫିଲ୍ମର କ୍ଲାଇମାକ୍ସର ଏକ ଦୃଶ୍ୟ ସମୟରେ ଭିଲିଆନ ଅମୀରଙ୍କୁ ବହୁତ ମାଡ଼ ମାରିଥିଲେ। ଫଳରେ ଅମିରଙ୍କ ମୁହଁରେ ବହୁତ ମଇଳା ଜମି ଯାଇଥିଲା। କିନ୍ତୁ ପୂରା ଦୃଶ୍ୟ ଶୁଟିଂ ହୋଇ ନ ଥିଲା। ସେ ଚାହୁଁଥିଲେ ସମ୍ପୂର୍ଣ୍ଣ ସିନ୍‌ରେ ଏହିପରି ଦେଖାଯିବେ। ତାଙ୍କର ଚେହେରା ପରିବର୍ତ୍ତନ ହେବା ଉଚିତ୍‌ ନୁହେଁ।

Share