ଭାଇବୋହୂ ସହ ରୋମାଣ୍ଟିକ ସିନ୍‌ କରିଛନ୍ତି ଏହି ଅଭିନେତା

ବଲିଉଡ୍‌ ଫିଲ୍ମରେ ଅନେକ ରୋମାଣ୍ଟିକ୍‌ ସିନ୍‌ ଦେଖିବାକୁ ମିଳିଥାଏ। ସେହି ସିନ୍‌ ମଧ୍ୟରୁ କେତେଗୁଡିଏ ହିଟ୍‌ ସିନ୍‌ ମଧ୍ୟ ରହିଛି। ଯାହାକୁ ନେଇ ଚର୍ଚ୍ଚା ହୋଇଥାଏ। ତେବେ ଫିଲ୍ମରେ ଅନେକ ରୋମାଣ୍ଟିକ୍‌ ସିନ୍‌ କରୁଥିଲେ ବି ବାସ୍ତବିକ ସମ୍ପର୍କକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଅନେକ ସମୟରେ ଫିଲ୍ମରେ ରୋମାଣ୍ଟିକ୍‌ ସିନ୍‌ କରିଥିବା ଏହି ଯୋଡିଙ୍କ ସମ୍ପର୍କ ବାସ୍ତବ ଜୀବନରେ ଖୁବ୍‌ ଅଲଗା । ଜାଣନ୍ତୁ ସେ ସମ୍ପର୍କରେ…
ଅଭିନେତା ଅଶୋକ କୁମାର ଏବଂ ଅଭିନେତ୍ରୀ ମଧୁବାଲା ଫିଲ୍ମ ‘ହାୱଡା ବ୍ରିଜ’ରେ ଏକାଠି କାମ କରିଥିଲେ । ଉଭୟ ଫିଲ୍ମରେ ରୋମାଣ୍ଟିକ ସିନ୍‌ କରିଥିଲେ। ଏହି ଯୋଡିଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ପରେ ମଧୁବାଲା ଅଶୋକ କୁମାରଙ୍କ ସାନ ଭାଇ କିଶୋର କୁମାରଙ୍କୁ ବିବାହ କରିଥିଲେ। ବାସ୍ତବ ଜୀବନରେ ଉଭୟଙ୍କ ସମ୍ପର୍କ ଭାଇବୋହୂ ଦେଡ଼ଶୁର।

Share