ଫୁଟବଲ୍‌ ଖେଳାଳୀଙ୍କୁ ଚାପୁଡ଼ାମାରି ବିବାଦ ଘେରକୁ ଆସିଥିଲେ ଏହି ଅଭିନେତା

ସାଉଥ୍‌ ଫିଲ୍ମର ସୁପରଷ୍ଟାର ସୂର୍ୟ୍ୟ ପ୍ରାୟତଃ ବିବାଦରେ ରହିଥାନ୍ତି। ଏକଦା ସେ ଜଣେ ଯୁବ ଫୁଟବଲ ଖେଳାଳୀଙ୍କୁ ଚାପୁଡ଼ା ମାରି ଫଶି ଯାଇଥିଲେ । ତେବେ ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…
୨୦୧୬ରେ ଜନୈକ ଯୁବକ ବାଇକ୍‌ରେ ସାଙ୍ଗ ଲେନିନଙ୍କ ସହ ଯାଉଥିଲେ। ଏହି ସମୟରେ ଲେନିନଙ୍କ ଗାଡ଼ି ଭାରସାମ୍ୟ ହରାଇ ଏକ କାରକୁ ଧକ୍କା ଦେଇଥିଲା । ଫଳରେ କାର୍‌ ଚଳାଉଥିବା ମହିଳାଙ୍କ ସହ ଉକ୍ତ ଯୁବକଙ୍କ ବଚସା ହୋଇଥିଲା। ଠିକ ଏହି ସମୟରେ ସେହି ବାଟ ଦେଇ ଯାଉଥିବା ସୂର୍ୟ୍ୟ ଫୁଟବଲ ଖେଳାଳୀଙ୍କୁ ଚାପୁଡ଼ା ମାରିଦେଇଥିଲେ । ପରେ ଅଭିନେତା ଜଣଙ୍କ ପ୍ରଶ୍ନ କରିଥିଲେ କି ସେ ଜଣେ ମହିଳାଙ୍କ ସହ କାହିଁକି ଝଗଡ଼ା କରୁଥିଲେ । ଏହାକୁ ନେଇ ଯୁବକ ଜଣଙ୍କ ଶାସ୍ତ୍ରୀ ନଗର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

Share