ଅନସ୍କ୍ରିନ୍‌ ମା’ଙ୍କ ପ୍ରେମରେ ପଡିଛନ୍ତି ଏହି ଅଭିନେତା

ବିଗ୍‌ବସ୍‌ ଓଟିଟିରେ ଭାଗ ନେଇଥିବା ଜିଶାନ ଖାନ୍‌ ନିଜ ପ୍ରେମ ସମ୍ପର୍କ ସାର୍ବଜନୀନ କରିଛନ୍ତି। ଦୀର୍ଘ ଦିନ ହେବ ଜିଶାନ କୁମକୁମ ଭାଗ୍ୟ ଫେମ୍‌ ରେହାନା ପଣ୍ଡିତଙ୍କୁ ଡେଟ୍‌ କରୁଛନ୍ତି। ଜିଶାନ୍‌ ଇନ୍‌ଷ୍ଟାଗ୍ରାମରେ ରେହାନାଙ୍କ ସହ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ଫଟୋରେ ଉଭୟ ଲିପ୍‌ କିସ୍‌ କରୁଥିବାର ନଜର ଆସିଛନ୍ତି। ସେ ଫଟୋ କ୍ୟାପଶନ୍‌ର ଲେଖିଛନ୍ତି, ତୁମେ ମୋ ପ୍ରକୃତ ବନ୍ଧୁ ଏବଂ ସାଥି, ମୋ ଖୁସି ଏବଂ ଦୁଃଖରେ ତୁମେ। ତୁମକୁ ମୁଁ ମୋ ପ୍ରାର୍ଥନାରେ ଖୋଜୁଥିଲି। ପ୍ରତି ସେକେଣ୍ଡ ତୁମ ସହ ବତାିବାକୁ ଚାହେଁ। ଉଭୟଙ୍କ ଏଭଳି ରୋମାଣ୍ଟିକ୍‌ ଫଟୋ ଦେଖି ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି। ଏହି ପୋଷ୍ଟରେ ତାଙ୍କ ପ୍ରେମିକା କମେଣ୍ଟ ମଧ୍ୟ ଦେଇ କହିଛନ୍ତି, ମୁଁ ତୁମକୁ ବହୁତ ଭଲ ପାଏ ତୁମେ ଯାହା, ସେମିତି ରହିବା ପାଇଁ ଧନ୍ୟବାଦ୍‌। ଜିଶାନ୍‌ ଏବଂ ରେହାନା କୁମକୁମ ଭାଗ୍ୟରେ ଅଭିନୟ କରୁଥିଲେ। ଏହି ସିରିୟଲରେ ରେହାନାଙ୍କୁ ପୁଅ ହୋଇଥିଲେ ଜିଶାନ। ଏବେ ଜିଶାନ ଏହି ସିରିୟଲରେ ଅଭିନୟ କରୁନାହାନ୍ତି।

Share