ଭାଇ, ଭଉଣୀଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ଏହି ଅଭିନେତା

ଅଭିନେତା ମୁକେଶ ଖାନ୍ନାଙ୍କ ପାଇଁ ୨୦୨୧ ଦୁଃଖଦର ବର୍ଷ ହୋଇଛି। ଏକ ମାସ ମଧ୍ୟରେ ସେ ଉଭୟ ଭାଇଭଉଣୀଙ୍କୁ ହରାଇଛନ୍ତି। ବଡ ଭଉଣୀ କମଲ କପୁର ନିକଟରେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କରୋନାରୁ ସୁସ୍ଥ ହେବା ପରେ ଛାତି ଜନିତ ସମସ୍ୟା ସହ ମୁକାବିଲା କରିବା ପରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ। ଏଥି ସହିତ ବଡ ଭାଇ ସତୀଶ ଖାନ୍ନା ମଧ୍ୟ କରୋନାରୁ ସୁସ୍ଥ ହେବାର ଏକ ସପ୍ତାହ ପରେ ଦୁନିଆ ଛାଡିଥିଲେ। ଏବେ ଗୋଟିଏ ମାସରେ ବଡ଼ ଭାଇ ଓ ଭଉଣୀଙ୍କୁ ହରାଇବା ପରେ ମୁକେଶ ଖାନ୍ନା ବହୁତ ଭାଙ୍ଗି ପଡିଛନ୍ତି। ସେ କହିଛନ୍ତି, ଗତକାଲି ପର୍ଯ୍ୟନ୍ତ ମୋ ବିଷୟରେ ମୃତ୍ୟୁଖବର ପ୍ରଚାରିତ ହେଉଥିଲା। ଏବେ ମୋ ପାଖରେ କୌଣସି ଶବ୍ଦ ନାହିଁ କହିବାକୁ, ଡାକ୍ତରମାନେ ସବୁକିଛି ସମ୍ଭବ ଚେଷ୍ଟା କଲେ, କିନ୍ତୁ ଶେଷରେ ସେମାନେ ସେମାନଙ୍କୁ ରକ୍ଷା କରିପାରିଲେ ନାହିଁ। ଏବେ ମୋର ମାନସିକ ସନ୍ତୁଳନ ଠିକ୍‌ ନାହିଁ ବୋଲି ସେ କହିଛନ୍ତି।

Share