ଫ୍ଲପ୍‌ ଫିଲ୍ମ ଦେବାରେ ସବୁଠୁ ଆଗରେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ରେ ପ୍ରତିବର୍ଷ ଶହ ଶହ ଫିଲ୍ମ ରିଲିଜ୍‌ ହୋଇଥାଏ। ଏଥିମଧ୍ୟରୁ କିଛି ଫିଲ୍ମ ହିଟ୍‌ ହୋଇଥାଏ ତ ଆଉ କିଛି ଫ୍ଲପ୍‌ ବି ହୋଇଥାଏ। ବଡ଼ବଡ଼ କଳାକାରଙ୍କ ଫିଲ୍ମ ମଧ୍ୟ ବକ୍ସ ଅଫିସରେ ଫ୍ଲପ୍‌ ହୋଇଥାଏ। ଏମାନଙ୍କ ମଧ୍ୟରୁ ବଲିଉଡ୍‌ର ସବୁଠୁ ଖ୍ୟାତନାମା କଳାକାରଙ୍କ ନାଁ ରହିଛି। ଜାଣନ୍ତୁ ଏହି କଳାକାରମାନଙ୍କ ସମ୍ପର୍କରେ…

ସଲମାନ ଖାନ୍‌:

ବଲିଉଡ୍‌ର ଭାଇଜାନ ସଲମାନ ଖାନ ତାଙ୍କ କ୍ୟାରିୟର ମଧ୍ୟରେ ୧୩୯ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ଏଥିମଧ୍ୟରୁ ଅନେକ ହିଟ୍‌ ହୋଇଥିବା ବେଳେ ଆଉ କିଛି ଫ୍ଲପ୍‌ ବି ହୋଇଛି। ଏପରିକି ତାଙ୍କର ୨୯ରୁ ଅଧିକ ଫିଲ୍ମ ଫ୍ଲପ୍‌ ହୋଇଛି।

ସେହିପରି ଅଜୟ ଦେବଗନ ବଲିଉଡ୍‌ରେ ୧୩୧ରୁ ଅଧିକ ଫିଲ୍ମ କରିଥିବା ବେଳେ ତାଙ୍କର ୨୮ଟି ଫିଲ୍ମ ଫ୍ଲପ୍‌ ହୋଇଛି। ଶାହାରୁଖ ଖାନ୍‌ ୧୦୮ରୁ ଅଧିକ ଫିଲ୍ମ କରିଥିବା ବେଳେ ୨୧ଟି ଫ୍ଲପ୍‌ ହୋଇଛି। ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ ବଲିଉଡ୍‌ରେ ଦେଖିଚାହିଁ ଫିଲ୍ମ କରନ୍ତି। ଯାହା ବି କରନ୍ତି ହିଟ୍‌ ହୁଏ। ତେବେ ବଲିଉଡ୍‌କୁ ସେ ସବୁଠୁ ଅଧିକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ସେଥିରୁ ୧୭ରୁ ଅଧିକ ଫିଲ୍ମ ତାଙ୍କର ଫ୍ଲପ୍‌ ହୋଇଛି।

Share