ପ୍ରଥମ ଦେଖାରେ ପ୍ରେମିକାଙ୍କୁ ଚୁମ୍ବନ ଦେଇଥିଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ଅମ୍ରିତା ସିଂ ୧୯୫୮ ମସିହା ଫେବୃୟାରୀ ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଆଜିର ଏହି ଅବସରରେ ଜାଣନ୍ତୁ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ।
୧୯୯୧ରେ ଅମ୍ରିତା ସୈଫ୍‌ଙ୍କୁ ବିବାହ କରିଥିଲେ। ଦୁହେଁ ଫିଲ୍ମ ‘ୟେ ଦିଲ୍‌ଲଗି’ ଶେଟରେ ଭେଟିଥିଲେ। ଯାହା ପରେ ଦୁହେଁ ପ୍ରେମରେ ପଡିଥିଲେ। ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।
ଉଭୟ ସିମି ଗ୍ରେୱାଲଙ୍କ ଚାଟ ଶୋ’କୁ ଯାଇଥିଲେ। ଯେଉଁଠାରେ ଅମ୍ରିତା କହିଥିଲେ ଯେତେବେଳେ ସୈଫ ପ୍ରଥମ ଥର ପାଇଁ ତାଙ୍କ ଘରକୁ ଭେଟିବାକୁ ଯାଇଥିଲେ, ଅମୃତା ବିନା ମେକଅପରେ ଥିଲେ। ସେ ପ୍ରଥମ ଦିନରେ ତାଙ୍କୁ ଚୁମ୍ବନ କରି ଦେଇଥିଲେ ବୋଲି ସେ କହିଛନ୍ତି।

Share