କାଟ୍ରିନା-ଭିକିଙ୍କ ବିବାହରେ ଏହି ଅଭିନେତାଙ୍କୁ ମିଳିଲା ପ୍ରଥମ ନିମନ୍ତ୍ରଣ

ଆଜିକାଲି ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି। ଆସନ୍ତା ୭ରୁ ୯ ଡିସେମ୍ବର ମଧ୍ୟରେ ଉଭୟ ବିବାହ ବନ୍ଧନରେ ଅୋବଦ୍ଧ ହେବେ। ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱରାରେ ଉଭୟଙ୍କ ବିବାହ ହେବ ବୋଲି କୁହାଯାଉଛି। ପ୍ରସ୍ତୁତି ଭଲ ଚାଲିଛି କି ନାହିଁ ଦେଖିବା ପାଇଁ ଉଭୟପକ୍ଷ ଜୟପୁରରେ ପହଞ୍ଚିଛନ୍ତି। ଏହା ସହିତ ବଲିଉଡରୁ କେଉଁ ତାରକାଙ୍କୁ ବିବାହ ନିମନ୍ତ୍ରଣ କରାଯାଉଛି ତାହାର ତାଲିକା ମଧ୍ୟ ସାମ୍ନାକୁ ଆସିଛି। ଖବର ଅନୁଯାୟୀ ସଲମାନ ଖାନଙ୍କୁ ବିବାହ ପାଇଁ ପ୍ରଥମ ନିମନ୍ତ୍ରଣ ମିଳିଛି କିନ୍ତୁ ସେ ଏହି ବିବାହ ଉତ୍ସବରେ ଯୋଗଦେବେ ନାହିଁ।
ସୁପରଷ୍ଟାର ସଲମାନ ଖାନ କାଟ୍ରିନାଙ୍କ ବିବାହ ଉତ୍ସବରେ ଯୋଗଦେବେ ନାହିଁ। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ କିମ୍ବା ଅନ୍ୟ କୌଣସି କାରଣରୁ ସେ ଏହା କରୁଛନ୍ତି କି, ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସୂଚନା ମିଳିନାହିଁ। ସଲମାନଙ୍କ ପୁରା ପରିବାର ସହିତ କାଟ୍ରିନାଙ୍କର ବହୁତ ଭଲ ସମ୍ପର୍କ ଅଛି, ତେଣୁ ତାଙ୍କୁ ପ୍ରଥମେ ବିବାହ କାର୍ଯ୍ୟକ୍ରମକୁ ଡକାଯାଇଛି। ଏହାପୂର୍ବରୁ ଡିସେମ୍ବର ପ୍ରଥମ ସପ୍ତାହରେ କାଟ୍ରିନାଙ୍କ ବିବାହ ଯୋଗୁ ସଲମାନ ଟାଇଗର ୩ର ଶୁଟିଂ ତାରିଖ ଘୁଞ୍ଚାଇଛନ୍ତି। ଟାଇଗର ୩ ଫିଲ୍ମରେ ସଲମାନ ଏବଂ କାଟ୍ରିନାଙ୍କୁ ଏକାଠି ଦେଖିବାକୁ ମିଳିବ।

Share