ହନିମୁନ୍‌ ସମୟର ଭିଡିଓ ଶେୟାର କଲେ ଏହି ଅଭିନେତା, କହିଲେ…

ମୁମ୍ବାଇ: ଭୋଜପୁରୀ ଫିଲ୍ମ ଅଭିନେତା ୟଶ ନିକଟରେ ଅଭିନେତ୍ରୀ ନିଧି ଝାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହକୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ନିଧି ଏବଂ ୟଶଙ୍କ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିସହିତ ଉଭୟଙ୍କୁ ସୋସିଆଲ ମିଡିଆରେ ପ୍ରଶଂସକମାନେ ଅଭିନନ୍ଦନ ଜଣାଇଛନ୍ତି। ବିବାହ ପରେ ବର୍ତ୍ତମାନ ନିଧି ଏବଂ ୟଶ ହନିମୁନ୍‌ରେ ଯାଇଛନ୍ତି। ଏହି ସୁଖଦ ମୁହୂର୍ତ୍ତଗୁଡ଼ିକୁ ଉଭୟେ ମନଭରି ଉପଭୋଗ କରୁଛନ୍ତି। ସୁନ୍ଦର ଏବଂ ରୋମାଣ୍ଟିକ ଫଟୋ, ଭିଡିଓ ପ୍ରଶଂସକଙ୍କ ସହ ଶେୟାର ବି କରୁଛନ୍ତି। ଏହି ସମୟରେ ୟଶ ତାଙ୍କ ହନିମୁନ୍‌ର ପରି ଏକ ଭିଡିଓ ତାଙ୍କ ସ୍ତ୍ରୀଙ୍କ ସହ ଶେୟାର କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ନବଦମ୍ପତିଙ୍କ ଏହି ହନିମୁନ୍‌ ଭିଡିଓଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ଏଥିସହିତ ନିଧି ଭିଡିଓ ଶେୟାର କରିଥିବାରୁ ୟଶଙ୍କ ଉପରେ ରାଗି ନିଆଁବାଣ ହୋଇଯାଇଛନ୍ତି।

ୟଶ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ହନିମୁନ୍‌ର ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଦେଖିବେ ୟଶ ଏକ ମଜାଳିଆ ରିଲ କରୁଛନ୍ତି। ଏଥିରେ ସେ କହୁଛନ୍ତି, ‘ଅକେଲା ଥୋଡି ହଁୁ ମୁସ୍କିଲ ହୈ ମେରେ ସାଥ’। ଏହା ପରେ ୟଶ କ୍ୟାମେରାକୁ ସ୍ତ୍ରୀ ନିଧିଙ୍କ ଆଡକୁ ବୁଲାଉଛନ୍ତି। ତଥାପ ନିଧି ସେତେବେଳେ କିଛି ବୁଝିପାରୁନାହାନ୍ତି। ଏହି ଭିଡିଓରେ ନିଧି କମେଣ୍ଟରେ ରାଗିବାର ଏକ ଇମୋଜି ଦେଇଛନ୍ତି।

Share