ଫିଲ୍ମ ‘ଦି କଶ୍ମୀର ଫାଇଲସ’ ଦେଖି ବଲିଉଡ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କଲେ ଏହି ଅଭିନେତା

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦି କଶ୍ମୀର ଫାଇଲସ’ ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛି। ତେବେ ‘ଦି କଶ୍ମୀର ଫାଇଲସ’କୁ ନେଇ ବଲିଉଡରେ କାହିଁକି ଏତେ ନୀରବତା? ଏହାକୁ ନେଇ ଅନେକ ଲୋକ ଚିନ୍ତାରେ ପଡିଯାଇଥିବା ବେଳେ ଅଭିନେତା ମୁକେଶ ଖାନ୍ନା ଫିଲ୍ମ ଦେଖି ମୁହଁ ଖୋଲିଛନ୍ତି। ସେ ଖୋଲା ଖୋଲି ଭାବେ ବଲିଉଡ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରିଛନ୍ତି।
ଏହାକୁ ନେଇ ମୁକେଶ ନୀରବତା ଭାଙ୍ଗି ଫିଲ୍ମ ଥିଏଟରରୁ ବାହାରିବା ମାତ୍ରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି କହିଛନ୍ତି, ‘ ଦୟାକରି ଫିଲ୍ମକୁ ପ୍ରମୋଟ କରନ୍ତୁ। ଜଣା ନାହିଁ କାହିଁକି ଆମ ଇଣ୍ଡଷ୍ଟ୍ରିର ଲୋକମାନେ ନିଜକୁ ଭାରତଠାରୁ ଭିନ୍ନ ଭାବନ୍ତି। ଯଦି ଆପଣ ଭାରତର ଲୋକଙ୍କ ଦୁଃଖ ବୁଝନ୍ତି ନାହିଁ, ତେବେ ଆପଣ ଆମ ଦେଶର ବାସିନ୍ଦା ନୁହଁନ୍ତି। ଯଦି ଲୋକମାନେ ପିଲ୍ମର ପ୍ରମୋଶନ କରିବେ ନାହିଁ, ତେବେ ଜନସାଧାରଣ ଏହି ଫିଲ୍ମର ପ୍ରମୋଶନ କରିବେ। ସାଧାରଣ ଲୋକଙ୍କର ମଧ୍ୟ ରିଭ୍ୟୁ ଆସୁଛି। ମୁଁ ଚାହୁଁଛି ଜନସାଧାରଣ ବର୍ତ୍ତମାନ ଏହି ଫିଲ୍ମର ପ୍ରମୋଶନ କରନ୍ତୁ। ଏହି ଫିଲ୍ମଟି ବ୍ଲକବଷ୍ଟର ହେଉ।’ ସୋସିଆଲ ମିଡିଆରେ ମୁକେଶଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

 

Share