୩୦୦ ଚରିତ୍ରରେ ଅଭିନୟ କରି ୱାଲର୍‌ଡ ବୁକ୍‌ ଅଫ ରେକର୍ଡସ୍‌ ଦ୍ୱାରା ସମ୍ମାନିତ ହେଲେ ଏହି ଅଭିନେତା

ମୁମ୍ବାଇ: ଟେଲିଭିଜନ ଜଗତରେ ଏବେ ସବୁଠୁ ଲୋକପ୍ରିୟ ଧାରାବାହିକ ହେଉଛି ‘ଭାବିଜୀ ଘର ପର ହୈ’। ଏଥିରେ ବିଭୂତି ନାରାୟଣ ମିଶ୍ରା ଭୂମିକାରେ ଅଭିନୟ କରନ୍ତି ଆସିଫ ଶେଖ। ତାଙ୍କ ଅଭିନୟକୁ ନେଇ ସେ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ଏହି ଧାରାବାହିକକୁ ସମସ୍ତେ ପସନ୍ଦ କରନ୍ତି। ଆସିଫ ଏଯାବତ୍‌ ୩୦୦ଟି ଚରିତ୍ରରେ ଅଭିନୟ କରିସାରିଲେଣି। ଆଉ ସେଥିପାଇଁ ଲଣ୍ଡନର ୱାଲର୍‌ଡ ବୁକ୍‌ ଅଫ ରେକର୍ଡସ୍‌ ପକ୍ଷରୁ ତାଙ୍କୁ ଏକ ସ୍ବତନ୍ତ୍ର ପ୍ରମାଣପତ୍ର ଦ୍ୱାରା ସମ୍ମାନିତ କରାଯାଇଛି। ଯାହାକୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଏହି ସମ୍ମାନ ପାଇ ଆସିଫ ଖୁୁସି ଥିବା ଦେଖିବାକୁ ମିଳୁଛି। ଏଥିପାଇଁ ସେ ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି। ଦର୍ଶକଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କୁହନ୍ତି।

Share