ଅମିତାଭଙ୍କଠାରୁ ଅଧିକ ଟଙ୍କା ନେଉଥିଲେ ଏହି ଅଭିନେତା

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ ଭାବେ ପରିଚିତ ପ୍ରାନଙ୍କ୍‌ ଆଜି ୧୦୧ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ।

ପ୍ରାନ୍‌ ଏପରି ଜଣେ କଳାକାର ଥିଲେ, ଯିଏ ତାଙ୍କ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିଲେ। ଏହା ବ୍ୟତୀତ ସେ ଅଭିନୟ କରିବାକୁ ସବୁଠୁ ଅଧିକ ଫି’ ନେଉଥିଲେ। କୁହାଯାଏ ଯେ, ୧୯୬୯ରୁ ୧୯୮୨ ପର୍ଯ୍ୟନ୍ତ ସେ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଅପେକ୍ଷା ଅଧିକ ଫି ପାଉଥିଲେ। କେବଳ ଏତିକି ନୁହେଁ, ଅମିତାଭ ବଚ୍ଚନଙ୍କ ଠାରୁ ମଧ୍ୟ ଅଧିକ ଟଙ୍କା ନେଉଥିଲେ।

ଗୋଟିଏ ପଟେ ଅମିତାଭଙ୍କୁ ‘ଡନ୍‌’ ଫିଲ୍ମ ପାଇଁ ଅଢ଼େଇ ଲକ୍ଷ ଟଙ୍କା ଦିଆଯାଇଥିବାବେଳେ ପ୍ରାନ୍‌ଙ୍କୁ ସେହି ଫିଲ୍ମ ପାଇଁ ୫ ଲକ୍ଷ ଟଙ୍କା ଦିଆଯାଇଥିଲା। ତାଙ୍କ ଅଭିନୟ ଏତେ ଜୀବନ୍ତଥିଲା ନିର୍ମାତାମାନେ ତାଙ୍କୁ ଅନେକ ଥର ହିରୋ ଅପେକ୍ଷା ଅଧିକ ଟଙ୍କା ଦେବାକୁ ମଧ୍ୟ ପଛାଉ ନ ଥିଲେ।

Share