ଭଉଣୀଙ୍କ ସହ ରୋମାନ୍ସ କରୁଥିବା ଏହି ଅଭିନେତା ହିରୋଙ୍କଠାରୁ ପାଉଥିଲେ ଅଧିକ ପାରିଶ୍ରମିକ

ହିନ୍ଦୀ ସିନେମା ଜଗତରେ ଏପରି ଜଣେ ହାସ୍ୟ ଅଭିନେତା ଯିଏ ଫିଲ୍ମରେ ହିରୋଙ୍କ ଅପେକ୍ଷା ଅଧିକ ପାରିଶ୍ରମିକ ପାଉଥିଲେ। ସେ ହେଉଛନ୍ତି  ମହମୁଦ୍‌ । ତାଙ୍କର ପ୍ରାୟ ସମସ୍ତ ପରିବାର ଚଳଚ୍ଚିତ୍ରର ଥିଲେ। ଖୁବ କମ ଲୋକ ଜାଣିଥିବେ ଯେ ମହମୁଦଙ୍କ ପରି ତାଙ୍କ ଭଉଣୀ ମିନୁ ମୁସତାଜ ମଧ୍ୟ ବଲିଉଡ୍‌ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି। ମିନୁ ୧୯୫୫ରେ ଫିଲ୍ମ ଚଳଚ୍ଚିତ୍ର ‘ଘର ଘର ମେ ଦିଓ୍ବାଲୀ’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ତେବେ ସେ ‘ସଖୀ ହାତିମ’ ଫିଲ୍ମରୁ ସ୍ବୀକୃତି ପାଇଥିଲେ।
୧୯୫୮ ଚଳଚ୍ଚିତ୍ର ‘ହାଓଡା ବ୍ରିଜରେ’ ମିନୁ ତାଙ୍କ ନିଜ ଭାଇ ମହମୁଦଙ୍କ ସହ ରୋମାଣ୍ଟିକ୍‌ ସିନ୍‌ କରିଥିଲେ। ଏ ନେଇ ସେହି ସମୟରେ ଅନେକ ଲୋକ ରାଗିଥିଲେ।

Share