ଚଳଚ୍ଚିତ୍ରରେ କାମ କରିବା ପୂର୍ବରୁ ସଂଘର୍ଷ କରିଥିଲେ ଅଭିନେତା, ସେଲ୍ସମ୍ୟାନ୍‌ରୁ ଆଜି ସୁପରଷ୍ଟାର୍‌

ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବିଜୟ ସେଥୁପଥି ଆଜି ତାଙ୍କର ୪୪ତମ ଜନ୍ମଦିନ ପାଳନ କରୁଛନ୍ତି। ବିଜୟ ୧୬ ଜାନୁୟାରୀ ୧୯୭୮ରେ ତାମିଲନାଡୁରେ ରାଜପାଲାୟମଠାରେ ଜନ୍ମଗ୍ରହଣ କରିଥିଲେ। କୁହାଯାଏ ଯେ, ଜଣେ ସଫଳ ଅଭିନେତାଙ୍କ ପଛରେ ବହୁତ ସଂଘର୍ଷ ରହିଛି, ଏଭଳି ପରିସ୍ଥିତିରେ ବିଜୟ ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବାକୁ କଠିନ ପରିଶ୍ରମ କରି ଆଜି ସେ ଦକ୍ଷିଣ ସିନେମାର ଶ୍ରେଷ୍ଠ ଅଭିନେତା, ନିର୍ମାତାମାନଙ୍କ ମଧ୍ୟରେ ଗଣିତ ହେଉଛନ୍ତି। ବିଜୟ ଅନେକ ତାମିଲ ଚଳଚ୍ଚିତ୍ରରେ କାମ କରିଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ‘ଫର୍ଜି’ ୱେବ୍‌ ସିରିଜ୍‌ରେ ମଧ୍ୟ ଦେଖିବାକୁ ମିଳିବ। ନିକଟରେ ଏହାର ଟ୍ରେଲର ମଧ୍ୟ ରିଲିଜ ହୋଇଥିଲା ଯେଉଁଥିରେ ତାଙ୍କୁ ଖାକି ୟୁନିଫର୍ମରେ ଦେଖିବାକୁ ମିଳିଥିଲା। ୧୯୯୬ରୁ ବିଜୟ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ। ‘ଲଭ ୱାର୍ଡସ’ ତାଙ୍କ କ୍ୟାରିୟରର ପ୍ରଥମ ଚଳଚ୍ଚିତ୍ର ଯେଉଁଥିରେ ସେ ଏକ ଛୋଟ ଭୂମିକାରେ ନଜର ଆସିଥିଲେ। ୨୦୧୨ରୁ ବିଜୟଙ୍କ କ୍ୟାରିୟରରେ ନୂଆ ମୋଡ ଆସିଥିଲା। ସେହି ବର୍ଷ ତାଙ୍କର ତିନୋଟି ବଡ ଚଳଚ୍ଚିତ୍ର ସୁପରହିଟ୍‌ ହୋଇଥିଲା, ଯାହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ। ତେବେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ ବିଜୟ
ଅନେକ ସଂଘର୍ଷ କରିଛନ୍ତି। ବଞ୍ଚିବା ପାଇଁ ସେ ସେଲ୍ସମ୍ୟାନ୍‌,କ୍ୟାସିଅର୍‌, ଫୋନ ବୁଥ ଅପରେଟର ଭଳି କାର୍ଯ୍ୟ ମଧ୍ୟ କରିଛନ୍ତି। ଏଥି ସହିତ ଅଭିନେତା ଏକ ଆକାଉଣ୍ଟାଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ବିଜୟ ସେଥୁପଥି କେବଳ ଦକ୍ଷିଣ ଚଳଚ୍ଚିତ୍ରରେ ଲୋକପ୍ରିୟ ହୋଇପାରିନାହାଁନ୍ତି, ବଲିଉଡରେ ମଧ୍ୟ ତାଙ୍କର କ୍ରେଜ୍‌ ରହିଛି। ସେ ତାଙ୍କ କ୍ୟାରିୟରରେ ‘ପେଟା’, ‘ମାଷ୍ଟର’, ‘ମାଇକେଲ’, ‘ମେରୀ ଖ୍ରୀଷ୍ଟମାସ, ‘ମୁମ୍ବାଇକର’ ଏବଂ ଶାହାରୁଖ ଖାନଙ୍କ ‘ଜୱାନ’ ରେ ମଧ୍ୟ ନଜର ଆସିବେ। ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି।

Share