ଭୋଜପୁରୀ, ଦକ୍ଷିଣ ଏବଂ ବଲିଉଡ୍ ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତା ହେଉଛନ୍ତି ରବି କିଶନ। ରବି ଅଭିନେତା ସାଙ୍ଗକୁ ଜଣେ ଭାଜପା ଏମ୍ପି ମଧ୍ୟ। ତେବେ ଆଜି ସେ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତା’ର ଶ୍ରେୟ ନିଜ ପରିବାରକୁ ଦେଇଛନ୍ତି। ପରିବାରର ସମର୍ଥନ ଯୋଗୁ ଏହି ସଫଳତା ପାଇପାରିଛି ବୋଲି ରବି କୁହନ୍ତି। ଏକ ସାକ୍ଷାତକାରରେ ରବି କହିଥିଲେ ଯେ, ସେ ସର୍ବଦା ମହିଳାଙ୍କ ସହ ରହିଆସିଛନ୍ତି। ସେ ମା’ ହୁଅନ୍ତି ଅବା ସ୍ତ୍ରୀ, ନିଜ ଝିଅମାନେ। ଏଥିସହ ରବି ନିଜ ସ୍ତ୍ରୀ ଏବଂ ଝିଅମାନଙ୍କୁ ଦେବୀପରି ପୂଜା କରନ୍ତି ବୋଲି ମଧ୍ୟ କହିଛନ୍ତି।
ରବିଙ୍କର ୩ଟି ସନ୍ତାଅ ଅଛନ୍ତି। ସେମାନଙ୍କ ମଧ୍ୟରେ ୩ ଝିଅ ଏବଂ ଜଣେ ପୁଅ।