୧୮ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ଫର୍‌ଦିନ ଖାନ୍‌ ଅଭିନୟ ଆଧାରରେ ବଲିଉଡ୍‌ରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନରେ କିଛି ଠିକ୍‌ ଚାଲିନାହିଁ। ଫର୍‌ଦିନ୍‌ଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି। କୁହାଯାଉଛି, ସେମାନଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଛି। ଦୀର୍ଘ ଦିନ ଧରି ଫର୍‌ଦିନ୍‌ ତାଙ୍କ ସ୍ତ୍ରୀ ନତାଶା ମାଧଓ୍ବାନୀଙ୍କଠାରୁ ଅଲଗା ରହୁଥିଲେ, ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଏତେ ଦୂରତା ବଢ଼ିଯାଇଛି ଯେ, ମାମଲା ଛାଡ଼ପତ୍ରରେ ପହଞ୍ଚିଛି।

୨୦୧୫ରେ ଫର୍‌ଦିନ୍‌ ଏବଂ ନତାଶା ବିବାହ କରିଥିଲେ। ଉଭୟେ ପରସ୍ପରଠାରୁ ଏକ ବର୍ଷ ଧରି ଅଲଗା ରହୁଛନ୍ତି। ଫର୍‌ଦିନ୍‌ ମୁମ୍ବାଇରେ ରହୁଥିବା ବେଳେ ନତାଶା ତାଙ୍କ ମା’ଙ୍କ ସହ ଲଣ୍ଡନରେ ରୁହନ୍ତି। ବର୍ତ୍ତମାନ ଏହି ଦମ୍ପତି ପରସ୍ପରକୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଖବରରେ କେତେ ସତ୍ୟତା ରହିଛି, ତାହା ଉପରେ ଫର୍‌ଦିନ୍‌ ଏବଂ ନତାଶାଙ୍କ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ଦୁଇଜଣଙ୍କ ଦୁଇ ସନ୍ତାନ ମଧ୍ୟ ରହିଛନ୍ତି।

Share