ପୁଣି ସିନେମାକୁ ଫେରିବେ ଏହି ଅଭିନେତା

ମୁମ୍ବାଇ : ରାମାନନ୍ଦ ସାଗରଙ୍କ ଧାରାବାହିକ ‘ରାମାୟଣ’ରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଅଭିନୟରେ ସମସ୍ତଙ୍କୁ ବାନ୍ଧି ରଖୁଥିବା ଅରୁଣ ଏବେ ପୁଣି ସନେମା ଦୁନିଆକୁ ଫେରିବେ। ପାଖାପାଖି ଦେଢ ଦଶନ୍ଧି ପରେ ପୁଣି ତାଙ୍କୁ ରାମ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଅଭିନେତା ଅକ୍ଷୟ କୁମାରଙ୍କ କମେଡି ଫିଲ୍ମ ‘ଓ ମାଇ ଗଡ’ ର ଦ୍ବିତୀୟ ଭାଗରେ  ସେ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ ।

ଏହା ସହିତ ଏଥିରେ ପଙ୍କଜ ତ୍ରିପାଠୀ, ପରେଶ ରାଓ୍ବଲ, ୟାମି ଗୌତମ ମଧ୍ୟ ନଜର ଆସିବେ। ଅଶ୍ୱିନ ବର୍ଦ୍ଦେ ଓ ଅକ୍ଷୟ କୁମାର ଫିଲ୍ମ ର୍ନିମାତାରେ ଥିବାବେଳେ, ଅମିତ୍‌ ରାୟ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ।

Share