ମନ୍ତ୍ରୀଙ୍କ ଝିଅକୁ ହୃଦୟ ଦେଇଥିଲେ ଏହି ଅଭିନେତା, ଆଉ ତା’ ପରେ

୧୯୭୬ ମସିହା ସେପ୍ଟେମ୍ବର ୩ରେ ବଲିଉଡ୍‌ ଅଭିନେତା ବିବେକ ଓବରୟ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ। ବିବେକ ତାଙ୍କ ପ୍ରଫେସନାଲ ଲାଇଫ୍‌କୁ ନେଇ ଯେତିକି ଚର୍ଚ୍ଚାରେ ରହୁଥିଲେ, ତାଠୁ ଅଧିକ ଚର୍ଚ୍ଚାରେ ରହୁଥିଲେ ତାଙ୍କ ପର୍ସନାଲ ଲାଇଫକୁ ନେଇ । ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ବିଶେଷ କଥା।
ଐଶ୍ୱର୍ଯ୍ୟାଙ୍କ ସହ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚାରେ ଥିବା ବିବେକ ସଲମାନଙ୍କଠାରୁ ଧମକ ଶୁଣିଥିଲେ । ପରେ ସେ ଐଶ୍ୱର୍ଯ୍ୟାଙ୍କ ସହ ବ୍ରେକ୍‌ଅପ କରିଥିଲେ। ତାଙ୍କ ପରେ ବିବେକ କୌଣସି ଅଭିନେତ୍ରୀଙ୍କୁ ଡେଟ କରିବା ଖବର ଆସି ନଥିଲା। ଏପରିକି ସେ କିଛି ଦିନ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅଦୃଶ୍ୟ ହୋଇଥିଲେ। ଐଶ୍ୱର୍ଯ୍ୟାଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ୨୦୧୦ ମସିହାରେ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଅଲଭା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଜୀବରାଜ ଅଲଭାଙ୍କ ଝିଅ। ବିବେକ ଏବଂ ପ୍ରିୟଙ୍କାଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ରୋଚକପୂର୍ଣ୍ଣ।

ବିବେକ ପ୍ରିୟଙ୍କାଙ୍କ ଠାରୁ ପ୍ରକୃତ ପ୍ରେମ ପାଇଲେ। ପରେ ସେ ତାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ପ୍ରିୟଙ୍କା ଜଣେ ସାମାଜିକ କର୍ମୀ ଏବଂ ଅନେକ ଏନଜିଓ ପାଇଁ କାର୍ଯ୍ୟ କରିଛନ୍ତି। ଉଭୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ପ୍ରିୟଙ୍କା ଫିଲ୍ମ ଇଣ୍ଡଷ୍ଟ୍ରିର ନ ହୋଇ ସୁଦ୍ଧା ସେ ବିବେକଙ୍କ କାର୍ଯ୍ୟକୁ ବୁଝନ୍ତି। ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି । ଅନ୍ୟପକ୍ଷରେ ବିବେକ ପ୍ରିୟଙ୍କାଙ୍କୁ ତାଙ୍କ ଏନଜିଓ କାର୍ଯ୍ୟରେ ସମର୍ଥନ କରନ୍ତି। ବିବେକ ଓ ପ୍ରିୟଙ୍କାଙ୍କର ଦୁଇଟି ସନ୍ତାନ ଅଛନ୍ତି।

Share