ପୂର୍ବ ପ୍ରେମ ସମ୍ପର୍କ କଥା ଜାଣି ଏହି ଅଭିନେତାଙ୍କ ସ୍ତ୍ରୀ କରିଥିଲେ…

ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି କିଛି ଷ୍ଟାର ଅଛନ୍ତି, ଯାହାଙ୍କ ବିବାହ ପରେ ସେମାନଙ୍କ ପୂର୍ବ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ ଆସିଛି। ପରେ ମଧ୍ୟ ଅଭିନେତାଙ୍କ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଉପରେ ବିଶ୍ୱାସ ରଖିଛନ୍ତି।
ଶାହରୁଖ ଖାନ ଗୌରୀ ଖାନଙ୍କୁ ପ୍ରେମ ବିବାହ କରିଥିଲେ। ଶାହାରୁଖ ଏବଂ ଗୌରୀ ବଲିଉଡର ସଫଳ ଦମ୍ପତି ଭାବରେ ବେଶ ଜଣାଶୁଣା। ତଥାପି କିଙ୍ଗ ଖାନଙ୍କ ନାମ ପ୍ରିୟଙ୍କା ଚୋପ୍ରାଙ୍କ ସହ ଜଡିତ ଥିଲା। ଏହା ଜାଣିବା ପରେ ଗୌରୀ ତାଙ୍କୁ ଛାଡ଼ି ନ ଥିଲେ । ବରଂ ଶାହାରୁଖଙ୍କୁ ପ୍ରିୟଙ୍କା ଠାରୁ ଦୂରରେ ରହିବାକୁ ଚେତାବନୀ ଦେଇଛନ୍ତି। ତାଙ୍କ ସହିତ ଆଉ କାମ କରିବାକୁ ମନା କରିଛନ୍ତି। ଯାହା ପରେ ଶାହାରୁଖ ଏଥିରୁ ବିରତି ନେଇଥିଲେ।

Share