୧୩ ବର୍ଷ ବୟସରେ ମା’ ହୋଇଥିଲେ ଏହି ଅଭିନେତ୍ରୀ: ରଜନୀକାନ୍ତଙ୍କଠାରୁ ବି ନେଇଥିଲେ ଅଧିକ ପାରିଶ୍ରମିକ

ବଲିଉଡ୍‌ ‘ଚାନ୍ଦ୍‌ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଏବେ ମଧ୍ୟ ଲୋକଙ୍କ ମନରେ ଜୀବିତ ଅଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ବଳିଷ୍ଠ ଅଭିନୟ ଯୋଗୁ ନୂତନ ପରିଚୟ ପାଇଥିଲା । ଫିଲ୍ମ ‘ଜୁଲି’ରେ ଶିଶୁ କଳାକାର ଭାବରେ ବଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଶ୍ରୀଦେବୀ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡ ଫିଲ୍ମରେ କାମ କରିଥିଲେ। କିନ୍ତୁ ଖୁବ କମ ଲୋକ ଜାଣନ୍ତି ଯେ ଶ୍ରୀଦେବୀ କେବଳ ୪ ବର୍ଷ ବୟସରେ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ଏକ ସମୟ ଥିଲା ଯେତେବେଳେ ଶ୍ରୀଦେବୀ ଅଭିନେତାମାନଙ୍କ ଅପେକ୍ଷା ଅଧିକ ପାରିଶ୍ରମିକ ନେଉଥିଲେ। ଶ୍ରୀଦେବୀଙ୍କ ଜୀବନ ସହିତ ଜଡିତ ଏପରି କଥା ଜାଣନ୍ତୁ ଯେତେବେଳେ ସେ ମାତ୍ର ୧୩ ବର୍ଷ ବୟସରେ ମା’ ହୋଇଥିଲେ ।

୧୯୬୦ ମସିହାରେ ବାଲାଚାନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ମୁଣ୍ଡୁରୁ ମୁଦିଚୁ’ରେ କମ ବୟସ ସତ୍ତ୍ୱେ ଜଣେ ବୟସ୍କା ମହିଳା ଭୂମିକାରେ ଅଭିନୟ କରିଥିଲେ। ସେତେବେଳେ ଶ୍ରୀଦେବୀଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିଲା। ସେ ଏହି ଚଳଚ୍ଚିତ୍ରରେ ଶ୍ରୀ ଆମ୍ମା ୟାଙ୍ଗର୍‌ ଆୟାପନ ନାମକ ଜଣେ ବିବାହିତ ମହିଳାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମ କରିବା ସମୟରେ ରଜନୀକାନ୍ତଙ୍କୁ ୨୫ ବର୍ଷ ଏବଂ ଶ୍ରୀଦେବୀଙ୍କୁ ୧୩ ବର୍ଷ ବୟସ ହୋଇଥିଲା।

ଏହି ଚଳଚ୍ଚିତ୍ରରେ ଶ୍ରୀଦେବୀ ୧୩ ବର୍ଷ ବୟସରେ ରଜନୀକାନ୍ତଙ୍କ ସାବତ ମା’ ଭୂମିକାରେ ଅଭିନୟ କରିଥିଲେ। ଯେଉଁଥିରେ ରଜନୀକାନ୍ତଙ୍କଠାରୁ ପ୍ରତିଶୋଧ ନେବାକୁ ଶ୍ରୀଦେବୀ ତାଙ୍କ ବାପାଙ୍କୁ ବିବାହ କରିଥିଲେ।

ଏହ ି ଫିଲ୍ମରେ ଶ୍ରୀଦେବୀ ରଜନୀକାନ୍ତଙ୍କଠାରୁ ଅଧିକ ପାରିଶ୍ରମିକ ନେଇଥିଲେ। ଏହି ଫିଲ୍ମ ପାଇଁ ଶ୍ରୀଦେବୀଙ୍କୁ ୫୦୦୦ ଟଙ୍କା ଦିଆଯାଇଥିବା ବେଳେ ରଜନୀକାନ୍ତଙ୍କୁ ୨୦୦୦ ଟଙ୍କା ମିଳିଥିଲା। ସେହି ସମୟରେ ଏହା ଅଧିକ ଥିଲା ।

Share