ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କର ଏବେ ଚର୍ଚ୍ଚାରେ। ସୋସିଆଲ ମିଡ଼ିିଆରେ ବେଶ୍ ଆକ୍ଟିଭ୍ ସେ। ନିକଟରେ ତାଙ୍କ ଚଳଚ୍ଚିତ୍ରର ଏକ ଦୃଶ୍ୟକୁ ଅଶ୍ଳୀଳ ଭାବେ ପ୍ରଚାର କରି ତାଙ୍କୁ ଅପମାନିତ କରାଯାଉଛି ବୋଲି ସ୍ବରା ଅଭିଯୋଗ ଆଣିଛନ୍ତି। ୟୁଟ୍ୟୁବର ତଥା ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିଛନ୍ତି। ଦିଲ୍ଲୀ ବସନ୍ତକୁଞ୍ଜ ଥାନାରେ ସେ ଏହି ଏଫଆଇଆର୍ ରୁଜୁ କରିଛନ୍ତି।
ଜଣେ ଟୁଇଟର ବ୍ୟବହାରକାରୀ ଏବଂ ୟୁଟ୍ୟୁବରେ ସକ୍ରିୟ ବ୍ୟକ୍ତି ସୋସିଆଲ ମିଡ଼ିିଆରେ ଏପରି କରିଥିବା ସେ କହିଛନ୍ତି। ଏହି ମାମଲାରେ ପୋଲିସ ଆଇପିସି ୩୫୪ ଡି, ୫୦୯ ଏବଂ ୬୭ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।