ଯମଜ ସନ୍ତାନର ମା’ ହେଲେ ଏହି ଅଭିନେତ୍ରୀ

ଟିଭିର ସବୁଠାରୁ ଲୋକପ୍ରିୟ ଦମ୍ପତି ଗୌତମ ରୋଡେ ଏବଂ ପଙ୍ଖୁରୀ ଅୱସ୍ତି ଯମଜ ସନ୍ତାନର ମାତାପିତା ହୋଇଛନ୍ତି। ସୋସିଆଲ ମିଡିଆରେ ଉଭୟ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଯମଜ ସନ୍ତାନ ମଧ୍ୟରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।
ପ୍ରଥମ ଥର ପାଇଁ ମାତାପିତା ହେବାର ଆନନ୍ଦ ଶେୟାର କରି ଉଭୟ ଲେଖିଛନ୍ତି, ଜୁଲାଇ ୨୫,୨୦୨୩ରେ ଆମେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ସହିତ ଆଶୀର୍ବାଦ ପ୍ରାପ୍ତ ହେଲୁ। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ଯାଏ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share