ସ୍ବପ୍ନର କାର୍‌ କିଣିଲେ ଏହି ଅଭିନେତ୍ରୀ, ଦାମ୍‌ ଜାଣିଲେ…

ମୁମ୍ବାଇ: ପ୍ରସିଦ୍ଧ ଟେଲିଭିଜନ ଅଭିନେତ୍ରୀ ଅବନୀତ କୌର୍‌ ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ବାସ୍ତବରେ ଏହି ଅଭିନେତ୍ରୀ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ୨୦ ବର୍ଷ ବୟସରେ ଅବନୀତ ଅନେକ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ପ୍ରଶଂସକଙ୍କ ଫଲୋ ଦୃଷ୍ଟିରୁ ଏହି ବୟସରେ ମଧ୍ୟ ଅଭିନେତ୍ରୀ ବଡ଼ ଅଭିନେତ୍ରୀ/ଅଭିନେତାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖାଯାଏ। ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହିତ ଯୋଡ଼ି ହୋଇ ରହିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି। ଏହି କାରଣରୁ ତାଙ୍କର କୋଟିକୋଟି ଫଲୋଅର୍ସ ଅଛନ୍ତି। ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ଥିବା ଅଭିନେତ୍ରୀ ଅନେକ ସମୟରେ ନିଜର ଚମତ୍କାର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କର ଫଟୋଗୁଡ଼ିକୁ ବହୁତ ପସନ୍ଦ କରନ୍ତି ।

ବର୍ତ୍ତମାନ ଅବନୀତ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ନୂଆ ପୋଷ୍ଟ ଶେୟାର କରି ପ୍ରଶଂସକଙ୍କ ସହ ଏକ ବିଶେଷ ମୁହୂର୍ତ୍ତ ବାଣ୍ଟିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ମୋ ସ୍ବପ୍ନ ସତ ହେବାର ବର୍ଷ। ପ୍ରକୃତ କଥା ହେଲା ସେ ଏକ ନୂଆ ରେଞ୍ଜ ରୋଭର ଗାଡ଼ି କିଣିଛନ୍ତି।
ଏହି କାର୍‌ର ମୂଲ୍ୟ ୧.୨ କୋଟି। ସୋସିଆଲ ମିଡିଆରେ କାର୍‌ ସହିତ ତାଙ୍କ ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି।

ଏ ତ ଗଲା ତାଙ୍କ ବ୍ୟକ୍ତିଗତ କଥା ଯଦି ତାଙ୍କ ଓ୍ବାର୍କ ଫ୍ରଣ୍ଟ ବିଷୟରେ କହିବା ତେବେ ଛୋଟ ପରଦାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅବନୀତ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଏଣ୍ଟ୍ରି କରିବେ। କଙ୍ଗନା ରାଣାଓ୍ବତଙ୍କ ମଣିକର୍ଣ୍ଣିକା ଫିଲ୍ମସ ବ୍ୟାନରେ ‘ଟିକୁ ଓ୍ବେଡ୍ସ ଶେରୁ’ରେ ଅବନୀତ ନଜର ଆସିବେ। ତାଙ୍କ ସହ ବଲିଉଡ୍‌ର ଭେଟେରାନ ନଓ୍ବାଜୁଦ୍ଦିନ ସିଦ୍ଦିକ୍‌ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିବେ।

Share