ମୁସଲମାନ ପ୍ରେମିକଙ୍କ ସହ ସମ୍ପର୍କ କାଟିଲେ ଏହି ଅଭିନେତ୍ରୀ!

ମୁମ୍ବାଇ: ଟିଭି ଅଭିନେତ୍ରୀ ଜସ୍ମିନ ଭାସିନ ଏବଂ ଅଲ୍ଲୀ ଗୋନିଙ୍କ କେମିଷ୍ଟ୍ରି ‘ବିଗ୍‌ ବସ୍‌ ୧୪’ରେ ଦେଖିବାକୁ ମିଳିଥିଲା। ଦୁହେଁ ଏହି ସମ୍ପର୍କକୁ ବନ୍ଧୁତା ବୋଲି କହୁଥିଲେ। ମାତ୍ର ପରେ ସେମାନେ ନିଜେ ଅନୁଭବ କରିଥିଲେ ଯେ, ସେମାନଙ୍କ ମଧ୍ୟରେ ବନ୍ଧୁତାଠାରୁ ଅଧିକ କିଛି ଅଛି। ପରେ ଦୁହେଁ ସେମାନଙ୍କର ଭାବନା ଶେୟାର କରିଥିଲେ ଏବଂ ସେବେଠାରୁ ସେମାନଙ୍କ ସମ୍ପର୍କ ଚର୍ଚ୍ଚାକୁ ଆସିଥିଲା। ଜସ୍ମିନ ଏବଂ ଅଲ୍ଲୀ ଏହି ଶୋ’ର ସବୁ ଯୋଡ଼ିଙ୍କଠାରୁ ସ୍ବତନ୍ତ୍ର ଥିଲେ।

କିନ୍ତୁ ନିକଟରେ ପ୍ରଶଂସକମାନେ ଚିନ୍ତାରେ ପଡ଼ିଥିଲେ। ଯେତେବେଳେ ସେମାନଙ୍କର ବ୍ରେକ୍‌ଅପ୍‌ ଗୁଜବ ପ୍ରଚାର ହୋଇଥିଲା। ମାତ୍ର ଶନିବାର ଜସ୍ମିନ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ପ୍ରେମ ବିଷୟରେ ଅଜବ କଥା ହେଉଛି ଯେତେବେଳେ ଏହା ତୁମଠାରୁ ଦୂରେଇ ଯାଏ, ଅଧିକ ଅନୁଭବ ହୁଏ।’

ବର୍ତ୍ତମାନ ଅଭିନେତ୍ରୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ଏହି ପୋଷ୍ଟକୁ ଜସ୍ମିନ ଏବଂ ଅଲ୍ଲୀଙ୍କ ବ୍ରେକ୍‌ଅପ୍‌ ସହିତ ଯୋଡ଼ିଥିଲେ। ଏପରିକି ଜଣେ ୟୁଜର ମନ୍ତବ୍ୟ ଦେଇ ଲେଖିଛନ୍ତି,‘ବ୍ରେକଅପ୍‌ ଲୋଡିଂ… ଶୀଘ୍ର ଯାଅ।’

ଏହା ପରେ ଅଲ୍ଲୀଙ୍କ ସହ ବ୍ରେକ୍‌ଅପ୍‌ ହେବାର ଗୁଜବ ଉପରେ ଜସ୍ମିନ ସେ ୟୁଜରଙ୍କୁ କଡ଼ା ଭାଷାରେ ଗାଳି ଦେଇଥିଲେ। ଅଭିନେତ୍ରୀ ୟୁଜର୍ସଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ବ୍ରେକ୍‌ଅପ୍‌ ଖବରକୁ ଖଣ୍ଡନ କରିଥିଲେ।

ୟୁଜର୍ସଙ୍କୁ ଉତ୍ତର ଦେଇ ସେ ଲେଖିଛନ୍ତି, ତୁମେ ଏତେ ଖରାପ ବ୍ୟକ୍ତି ଯେ, ତୁମେ କାହା ବିଷୟରେ ଭୁଲ୍‌ ଅନୁମାନ କର ଏବଂ ସେଗୁଡ଼ିକୁ ଉପଭୋଗ କର। ମନେରଖ ଯାହା ଶେୟାର ହୋଇଛି, ତାହା କାହା ଜୀବନ ସହିତ ଜଡ଼ିତ ନୁହେଁ।

Share