ନିଜ ସ୍ବାମୀଙ୍କୁ ‘ଅହଂକାରୀ’ କହିଲେ ଏହି ଅଭିନେତ୍ରୀ

ବିଗ ବସ ୧୪ରେ ନିଜର ଚମତ୍କାର ପ୍ରଦର୍ଶନ କରିଥିବା ରାକ୍ଷୀ ସାୱନ୍ତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ରାଖୀ କହିଛନ୍ତି ଯେ ତାଙ୍କ ସ୍ବାମୀ ରିତେଶ ଜଣେ ଅହଂକାରୀ ବ୍ୟକ୍ତି ଏବଂ ସଲମାନ ଖାନ ତାଙ୍କ ମନକୁ ଠିକ କରିପାରିବେ। ମୁଁ ବିଗ ବସ ନିର୍ମାତାମାନଙ୍କୁ ଅନୁରୋଧ କରୁଛି ଯେ ରିତେଶଙ୍କୁ କାନାଡାରୁ ଆଣିବା ଏବଂ ତାଙ୍କ ସହ ଏହି ଶୋରେ ଅଂଶଗ୍ରହଣ କରିବାର ସୁଯୋଗ ଦିଅନ୍ତୁ। ରାକ୍ଷୀ ସାୱନ୍ତଙ୍କୁ ବିଗ ବସର ୧୪ତମ ସିଜନରେ ଦେଖିବାକୁ ମିଳିଥିଲା ଏବଂ ସେ ଆସିବା ମାତ୍ରେ ଶୋ’ର ଟିଆରପି ବୃଦ୍ଧି ପାଇଥିଲା। ତେବେ, ରିତେଶ ବିଗ ବସ ଶୋ’ରେ ଭାଗ ନେବେ କି ନାହିଁ ପ୍ରଶ୍ନର ଉତ୍ତରରେ ରାକ୍ଷୀ କହିଛନ୍ତି, ସମସ୍ତେ ଟଙ୍କା ପାଇଁ କାମ କରନ୍ତି ଏବଂ ଯଦି ବିଗ ବସ ଭଲ ଟଙ୍କା ପ୍ରଦାନ କରିବେ ତେବେ ସେ ଶୋ’ରେ କାହିଁକି ଅଂଶଗ୍ରହଣ କରିବେ ନାହିଁ? ବିଗ ବସ ୧୪ ତମ ସିଜନରେ ରାକ୍ଷୀଙ୍କ ସ୍ବାମୀ ରିତେଶଙ୍କ ବିଷୟରେ ଅନେକ ଆଲୋଚନା ହୋଇଥିଲା। ତେବେ ଆଜି ପର୍ଯ୍ୟନ୍ତ ରିତେଶ କିଏ ଏବଂ ସେ କିପରି ଦେଖାଯାଉଛନ୍ତି ସେ ବିଷୟରେ କାହାରି ପାଖରେ କୌଣସି ସୂଚନା ନାହିଁ। ଯଦି ରାକ୍ଷୀଙ୍କ କହିବା କଥାକୁ ବିଶ୍ୱାସ କରାଯାଏ, ତେବେ ଜୁଲାଇ ୨୦୧୯ରେ ବିବାହ ପରେ ସେ ତାଙ୍କ ସ୍ବାମୀ ରିତେଶଙ୍କୁ ଭେଟି ନାହାଁନ୍ତି।

 

Share